ଢେଙ୍କିକୋଟ ଛାତ୍ରଙ୍କ ଦିଲ୍ଲୀରେ କୃତିତ୍ୱ, ପାୱାରଲିଫ୍ଟିଂରେ ଜିତିଲେ ସ୍ୱର୍ଣ୍ଣ ପଦକ
କେନ୍ଦୁଝର,୧୨/୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟର ଯୁବ ପ୍ରତିଭା ହିତେଶ କୁମାର ମହାନ୍ତି ଦିଲ୍ଲୀରେ ଅନୁଷ୍ଠିତ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ରେ ଚମତ୍କାର ସଫଳତା ହାସଲ କରିଛନ୍ତି।ଢେଙ୍କିକୋଟ ବାସିନ୍ଦା ବ୍ରଜବନ୍ଧୁ ମହାନ୍ତିଙ୍କ ପୁଅ ହିତେଶ ସଦ୍ୟ ବରପଦା ଇଞ୍ଜିନିୟରିଂ କଲେଜରୁ ବି.ଟେକ୍ (କମ୍ପ୍ୟୁଟର ସାଇନ୍ସ) ଶିକ୍ଷା ସମାପ୍ତ କରିଛନ୍ତି। ଶିକ୍ଷା ସହିତ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି।ଦିଲ୍ଲୀରେ ଇଣ୍ଡିଆନ୍ ପାୱାରଲିଫ୍ଟିଂ ଫେଡେରେସନ୍ ପକ୍ଷରୁ ଆୟୋଜିତ ପାୱାରଲିଫ୍ଟିଂ ଚାମ୍ପିୟନସିପ୍ରେ ହିତେଶ ଡେଡ୍ଲିଫ୍ଟ ବିଭାଗର କନିଷ୍ଠ ଓ ବରିଷ୍ଠ—ଉଭୟ ବର୍ଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆୟୋଜକଙ୍କ ପକ୍ଷରୁ ହିତେଶଙ୍କୁ ଉଭୟ ବର୍ଗରେ ଚାମ୍ପିୟନ୍ ପ୍ରମାଣପତ୍ର ସହ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)