ସମାଜସେବା ପାଇଁ ସମ୍ବର୍ଦ୍ଧିତ ହେଲେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ ଜ୍ୟୋତି କର
By Nazar Odisha Team|📅 September 13, 2026
କେନ୍ଦୁଝର/ପାଟଣା, ୧୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ ଜ୍ୟୋତି କରଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।କେନ୍ଦୁଝର ସଂସ୍କୃତି ଭବନଠାରେ ଅନୁଷ୍ଠିତ ‘କେନ୍ଦୁଝର ସାଇନିଂ’ କାର୍ଯ୍ୟକ୍ରମରେ ଶ୍ରୀ କରଙ୍କୁ ପ୍ରଶସ୍ତି ଫଳକ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଶରତ ଜ୍ୟୋତି କର ନିଜ ପେନସନ ଅର୍ଥରୁ ନିଜର ଖାଦ୍ୟପେୟ ଖର୍ଚ୍ଚ ବାଦ ଦେଇ ବହୁ ଅର୍ଥ ଗ୍ରାମ ଓ ଆଖପାଖ ଅଞ୍ଚଳର ଉନ୍ନୟନ କାର୍ଯ୍ୟରେ ବ୍ୟୟ କରିଆସୁଛନ୍ତି। ଏଥିସହ ସେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସହାୟତା, ଠାକୁରାଣୀ ଶାଳ ନିର୍ମାଣ ଏବଂ ଶୈବ୍ୟା କାବେରୀ ତୀର୍ଥସ୍ଥଳୀର ଉନ୍ନତିକରଣ ଭଳି ବିଭିନ୍ନ ସାମାଜିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ନିଜ ଉଦ୍ୟମରେ ସହଯୋଗ କରିଆସୁଛନ୍ତି।ତାଙ୍କର ଏଭଳି ନିସ୍ୱାର୍ଥପର ସମାଜସେବା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ଓ ଉଦାହରଣ ସୃଷ୍ଟି କରିଛି।କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପଦ୍ମଶ୍ରୀ ଦୈତାରୀ ନାଏକ, କେନ୍ଦୁଝର ନଗରପାଳ ନିକୁ ସାହୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ, ଡିଏଫ୍ଓ ଧନରାଜ ଏଚ୍ଙ୍କ ସମେତ ‘ସମ୍ବାଦ’ ସମ୍ପାଦିକା ତନୟା ପଟ୍ଟନାୟକ ମଞ୍ଚାସୀନ ଥିଲେ। ସେମାନଙ୍କ ଉପସ୍ଥିତିରେ ଶ୍ରୀ କରଙ୍କୁ ସମ୍ମାନିତ କରାଯାଇଥିଲା।
News Summary:
କେନ୍ଦୁଝର/ପାଟଣା, ୧୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶରତ ଜ୍ୟୋତି କରଙ୍କୁ ସମାଜସେବା...
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
