କାନଝରି କେନାଲରେ ଭାସିଯାଇ ମହିଳାଙ୍କ ମୃତ୍ୟୁ
News Summary
କେନ୍ଦୁଝର ଘଟଗାଁର ଦ୍ୱାରିକାପଶି ଗ୍ରାମରେ କାନଝରି କେନାଲରେ ଭାସିଯାଇ ଚମ୍ପା ମୁଣ୍ଡା (୩୮)ଙ୍କ ମୃତ୍ୟୁ। ଢେଙ୍କିକୋଟ ପୁଲିସ ଘଟଣାର ତଦନ୍ତ କରୁଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୭/୯: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ୍ ହାଉସ ଅଞ୍ଚଳର ଦ୍ୱାରିକାପଶି ଗ୍ରାମରେ କାନଝରି କେନାଲରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୟ ସିଂ ମୁଣ୍ଡାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୩୮)।ସୂଚନା ଅନୁଯାୟୀ, ଚମ୍ପା ମୁଣ୍ଡା ରବିବାର ମଧ୍ୟାହ୍ନରେ ଘର ନିକଟସ୍ଥ କାନଝରି କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ସେ ଘରକୁ ଫେରିନଥିବାରୁ ସ୍ୱାମୀ ଜୟ ସିଂ ମୁଣ୍ଡା ଓ ସାହିବାସୀ ତାଙ୍କୁ ଖୋଜିବା ପାଇଁ କେନାଲ ନିକଟକୁ ଯାଇଥିଲେ।ସେଠାରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଚମ୍ପାଙ୍କୁ କେନାଲରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ପାଟଣା ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଚମ୍ପା ମୁଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏନେଇ ଢେଙ୍କିକୋଟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)