ବିଜେଡି ପାଟଣା ବ୍ଲକ କମିଟି ପୁନର୍ଗଠିତ: ସଭାପତି ରହିଲେ ମାଧବାନନ୍ଦ ପୃଷ୍ଟି
News Summary
ବିଜେଡି ପାଟଣା ବ୍ଲକ କମିଟି ପୁନର୍ଗଠିତ। ମାଧବାନନ୍ଦ ପୃଷ୍ଟି ପୁନର୍ବାର ସଭାପତି ହୋଇଥିବା ବେଳେ ନୂଆ କମିଟିରେ ବିଭିନ୍ନ ପଦାଧିକାରୀଙ୍କୁ ଦାୟିତ୍ୱ ମିଳିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା, ୨୦/୯: ଆସନ୍ତା ପଞ୍ଚାୟତିରାଜ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି କ୍ରମରେ ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ ବିଜେଡି କମିଟିର ପୁନର୍ଗଠନ କରାଯାଇଛି।ପୁନର୍ବାର ବରିଷ୍ଠ ନେତା ମାଧବାନନ୍ଦ ପୃଷ୍ଟିଙ୍କୁ ବ୍ଲକ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଭାବେ ଡମ୍ବରୁଧର ମହାନ୍ତ, ଅଯୋଧ୍ୟା ବେହେରା ଓ ସୁଶୀଲ କୁମାର ସାହୁ ମନୋନୀତ ହୋଇଛନ୍ତି।
ସେହିପରି ସାଧାରଣ ସମ୍ପାଦକ ଭାବେ ନବ କିଶୋର ପୃଷ୍ଟି, ସୁରେଶ ଚନ୍ଦ୍ର ସାହୁ, ଭୋଳାନାଥ ସେଠୀ, ରାମଚନ୍ଦ୍ର ସାହୁ ଓ ଲୋକନାଥ ନାୟକଙ୍କୁ ଦାୟିତ୍ୱ ମିଳିଛି।ସମ୍ପାଦକ ଭାବେ ଡୋଳେଶ୍ୱର ନାଏକ, ଶ୍ରୀହରି ନାଏକ, ମଙ୍ଗୁଳୁ ଚରଣ ନାଏକ, ଚନ୍ଦ୍ରମୋହନ ମହାକୁଡ଼, ହରିହର ରଣା, ସନ୍ତୋଷ କୁମାର କର ଓ ଦୀପକ କୁମାର ଭଞ୍ଜଦେଓ ମନୋନୀତ ହୋଇଛନ୍ତି। ସଞ୍ଜିତ କୁମାର ଚକ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।
ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ରାଜ୍ୟ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏନେଇ ରବିବାର ବିଜ୍ଞପ୍ତି ପ୍ରକାଶ କରିଥିବା ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)