କେନ୍ଦୁଝର/ପାଟଣା, ୨୦/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତର ଅସନବାହାଳି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଆକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଅସନବାହାଳି ଗ୍ରାମର ଅର୍ଜୁନ ଚରଣ ମହାନ୍ତଙ୍କ ପୁଅ ବିଦ୍ୟାଧର ମହାନ୍ତ (୩୩)।ସୂଚନା ଅନୁଯାୟୀ, ବିଦ୍ୟାଧର ରବିବାର ମଧ୍ୟାହ୍ନରେ ଗାଧୋଇବା ପାଇଁ ଗ୍ରାମର ଏକ ପୋଖରୀକୁ ଯାଇଥିଲେ। ଗାଧୋଇବା ସମୟରେ କୌଣସି କାରଣରୁ ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ।
ପୋଖରୀରେ ବୁଡ଼ି ୩୩ ବର୍ଷୀୟ ଯୁବକଙ୍କ ଆକାଳ ମୃତ୍ୟୁ, ଅସନବାହାଳି ଗ୍ରାମରେ ଶୋକ
News Summary
ପାଟଣାର ଅସନବାହାଳି ଗ୍ରାମରେ ପୋଖରୀରେ ବୁଡ଼ି ୩୩ ବର୍ଷୀୟ ଯୁବକ ବିଦ୍ୟାଧର ମହାନ୍ତଙ୍କ ମୃତ୍ୟୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୦/୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତର ଅସନବାହାଳି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଆକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଅସନବାହାଳି ଗ୍ରାମର ଅର୍ଜୁନ ଚରଣ ମହାନ୍ତଙ୍କ ପୁଅ ବିଦ୍ୟାଧର ମହାନ୍ତ (୩୩)।ସୂଚନା ଅନୁଯାୟୀ, ବିଦ୍ୟାଧର ରବିବାର ମଧ୍ୟାହ୍ନରେ ଗାଧୋଇବା ପାଇଁ ଗ୍ରାମର ଏକ ପୋଖରୀକୁ ଯାଇଥିଲେ। ଗାଧୋଇବା ସମୟରେ କୌଣସି କାରଣରୁ ସେ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ।
କିଛି ସମୟ ପରେ ଜଣେ ବ୍ୟକ୍ତି ପୋଖରୀ ନିକଟ ଦେଇ ଯାଉଥିବା ବେଳେ ବିଦ୍ୟାଧରଙ୍କୁ ପାଣିରେ ଭାସୁଥିବା ଦେଖିଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଧରଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାକୁ ନେଇଥିଲେ।ତେବେ ଡାକ୍ତରଖାନାରେ ଡାକ୍ତର ବିଦ୍ୟାଧରଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ଅସନବାହାଳି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)