ପାଟଣା ବନାଞ୍ଚଳରେ ପଶିଲେ ୨୫ ଟିକିଆ ହାତୀପଲ, ଧାନ ଫସଲ ନଷ୍ଟ
News Summary
କେନ୍ଦୁଝର ପାଟଣା ବନାଞ୍ଚଳରେ ପଶିଲେ ୨୫ ଟିକିଆ ହାତୀପଲ। ୩ ଦନ୍ତା, ୧୨ ମାଇ ହାତୀ ଓ ୧୦ ଶାବକଙ୍କ ଗତିବିଧି ଉପରେ ବନ ବିଭାଗର ନଜର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୯/୯: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ପଶିଛି ୨୫ ଟିକିଆ ହାତୀପଲ। ୩ଟି ଦନ୍ତା, ୧୨ଟି ମାଇ ହାତୀ ଓ ୧୦ଟି ହାତୀ ଶାବକକୁ ନେଇ ଗଠିତ ଏହି ହାତୀପଲ ଗତରାତି ଚମ୍ପୁଆ ବନାଞ୍ଚଳରୁ ପାଟଣା ବନାଞ୍ଚଳକୁ ପ୍ରବେଶ କରିଥିବା ଜଣାପଡ଼ିଛି।ହାତୀପଲଟି ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ସେକ୍ସନ ଅନ୍ତର୍ଗତ ତିଣ୍ଡା ବିଟ୍ର ପୁଟୁଗାଁ ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ପୁଟୁଗାଁ, ପୁରନ୍ଦରପୁର, ଗିଧିବାସ, ବେଲପଶି, ତ୍ରିବିନ୍ଧା ଓ ଡୁମୁରିଗୋଡ଼ା ଦେଇ ଗତି କରି ଆଜି ସନ୍ଧ୍ୟାରେ ତୁରୁମୁଙ୍ଗା ବୈତରଣୀ ନଦୀକୂଳ ସେଠୀବାଗାନ ଅଞ୍ଚଳରେ ଡେରା ପକାଇଥିବା ସୂଚନା ମିଳିଛି।ହାତୀପଲର ଗତିବିଧି ଉପରେ ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନରକ୍ଷୀ ଦେବଜାନୀ ମହାନ୍ତଙ୍କ ସମେତ ପାରା କର୍ମଚାରୀ ଓ କେନ୍ଦୁଝରରୁ ଆସିଥିବା ମୋବାଇଲ ସ୍କ୍ୱାଡ୍ ନଜର ରଖିଛନ୍ତି। ହାତୀପଲ ଯେଉଁ ରାସ୍ତା ଦେଇ ଯାଇଛି, ସେହି ଅଞ୍ଚଳରେ ବ୍ୟାପକ ଧାନ ଫସଲ ଖାଇବା ସହ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି।ହାତୀପଲ ଏବେ ସେଠୀବାଗାନ ଅଞ୍ଚଳରେ ଥିବାରୁ ଆଖପାଖ ଗାଁର ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ଓ ମୋବାଇଲ ସ୍କ୍ୱାଡ୍ର ନଜର ଜାରି ରହିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।