ଲଘୁଚାପଜନିତ ବର୍ଷାରେ ଭୁଶୁଡ଼ିଲା ମାଟି ଘର,ଘର କାନ୍ଥ ପଡ଼ି ବୃଦ୍ଧ ଗୁରୁତର
ପାଟଣା :୧୨/୯କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ କରଞ୍ଜିଆପଡ଼ା ଗ୍ରାମରେ ଲଘୁଚାପଜନିତ ବର୍ଷା ଯୋଗୁଁ ଏକ ମାଟି ଘର ଭୁଶୁଡ଼ି ପଡ଼ି ଜଣେ ୭୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ବର୍ଷା ଲାଗି ରହିଥିବା ବେଳେ କରଞ୍ଜିଆପଡ଼ା ଗ୍ରାମର ବୈରାଗୀ ପଇଦା (୭୦) ତାଙ୍କ ଘର ଭିତରକୁ ଯାଇଥିଲେ। ଏହି ସମୟରେ ହଠାତ୍ ତାଙ୍କ ମାଟି ଘରଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ଘର ଭିତରେ ବୈରାଗୀ ଥିବାରୁ ଭୁଶୁଡ଼ି ପଡ଼ିଥିବା ମାଟି କାନ୍ଥ ଓ ଛପର ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ସେ ଘର ତଳେ ଚାପି ହୋଇ ରହିଯାଇଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା ଘର ଭିତରୁ ବୈରାଗୀଙ୍କୁ ଉଦ୍ଧାର କରିଥିଲେ। ପରେ ଏକ ଗାଡ଼ି ଯୋଗେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।ତେବେ ଲଗାଣ ବର୍ଷା ଯୋଗୁଁ ମାଟି ଘରଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା ପ୍ରାଥମିକ ଭାବେ ଜଣାପଡ଼ିଥିବାବେଳେ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି।ଘର ଭାଙ୍ଗିବା ସହ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିବାରୁ ପରିବାର ଆର୍ଥିକ ଭାବେ ପ୍ରଭାବିତ ହୋଇଛି। ତେଣୁ ପ୍ରଶାସନ ପକ୍ଷରୁ ଘଟଣାର କ୍ଷୟକ୍ଷତି ଆକଳନ କରାଯାଇ ଆହତ ବୃଦ୍ଧଙ୍କ ଚିକିତ୍ସା ସହ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)