ଚଳନ୍ତା ଡଷ୍ଟର କାରରେ ହଠାତ୍ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
News Summary
ଘଟଗାଁରେ ଚଳନ୍ତା ଡଷ୍ଟର କାରରେ ନିଆଁ। ଯାତ୍ରୀ ଅଳ୍ପକେ ବର୍ତ୍ତିଲେ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଘଟଗାଁ:୧୨/୯, କେନ୍ଦୁଝର ଜିଲ୍ଲା ଘଟଗାଁର ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ୮ଟା ମଧ୍ୟରେ ଏକ ଚଳନ୍ତା ଡଷ୍ଟର କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ କାରର ଇଞ୍ଜିନ ଅଞ୍ଚଳରୁ ନିଆଁ ଲାଗିଥିବା ଜଣାପଡ଼ିଥିଲା ତେବେ କାରରେ ଥିବା ସମସ୍ତ ଯାତ୍ରୀ ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ କାରରୁ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିଲା।ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। ତେବେ ଡଷ୍ଟର କାରରେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)