ପାଟଣାରେ ଆମ ଆଦମୀ ପାର୍ଟିର ସଙ୍ଗଠନ ବିସ୍ତାର ବୈଠକ, ତୃଣମୂଳସ୍ତରରେ ସଙ୍ଗଠନ ମଜବୁତ କରିବାକୁ ଗୁରୁତ୍ୱ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା, ୧୨/୯: କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ଅଞ୍ଚଳରେ ଆମ ଆଦମୀ ପାର୍ଟିର ସଙ୍ଗଠନ ବିସ୍ତାରକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଚେମଣା ପଞ୍ଚାୟତର ବାରଡ଼ାଙ୍ଗୁଆଠାରେ ଆୟୋଜିତ ଏହି ବୈଠକରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳସ୍ତରରେ ଏହାକୁ ବ୍ୟାପକ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ଓଡ଼ିଶା ସହ-ପ୍ରଭାରୀ ସୁନିଲ କୁମାର ଲୋହିଆ, ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ, ଜୟକୃଷ୍ଣ ନାୟକ, ଦିପୁ ମହାନ୍ତ, ଭବାନୀ ମହାନ୍ତ, ଉପସଭାପତି ଜୈନୁଲ ଆବେଦିନ, ପାଟଣା ବ୍ଲକ ସଭାପତି ଖଗେଶ୍ୱର ମହାନ୍ତ, ସନାତନ ନାୟକ, ଘନଶ୍ୟାମ ମହାରଣା ଓ ଚିତ୍ତ ନାୟକଙ୍କ ସମେତ ବହୁ ସଂଖ୍ୟକ କର୍ମକର୍ତ୍ତା ଓ ଗ୍ରାମବାସୀ ଯୋଗଦେଇଥିଲେ।ବୈଠକରେ ତୃଣମୂଳସ୍ତରରେ ସଙ୍ଗଠନକୁ ମଜବୁତ କରିବା, ଅଧିକରୁ ଅଧିକ ଲୋକଙ୍କୁ ଦଳୀୟ ସଙ୍ଗଠନ ସହ ଯୋଡ଼ିବା ଏବଂ ଗ୍ରାମସ୍ତରରେ ଆମ ଆଦମୀ ପାର୍ଟିର କାର୍ଯ୍ୟକଳାପକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ସଙ୍ଗଠନ ବିସ୍ତାର ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ନେବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଏହି ଅବସରରେ ଅତିଥି ଭାବେ ଘଷିପୁରା ବ୍ଲକ ସଭାପତି ସୁଶାନ୍ତ ନାୟକ ଓ ଆନନ୍ଦପୁର ବ୍ଲକ ସଭାପତି ଅଜୟ କୁମାର ନାୟକ ଯୋଗଦେଇଥିଲେ। ସେମାନେ ଆମ ଆଦମୀ ପାର୍ଟିର ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ଅଧିକ ଲୋକଙ୍କୁ ସଙ୍ଗଠନ ସହ ଯୋଡ଼ିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)