ପାଟଣାରେ ଭୁଶୁଡ଼ିଲା ପୁରୁଣା ଘର କାନ୍ଥ, ୩ ବର୍ଷର ଶିଶୁ କନ୍ୟା ମୃତ
News Summary
ପାଟଣା ବଡ଼ପାଟଣା ପଞ୍ଚାୟତ ସ୍ୱାମ ମୁଣ୍ଡା ସାହିରେ ପୁରୁଣା ଘରର କାନ୍ଥ ଭୁଶୁଡ଼ି ୩ ବର୍ଷର ଶିଶୁ କନ୍ୟା ପ୍ରମିଳା ମୁଣ୍ଡାଙ୍କ ମୃତ୍ୟୁ। ପାଟଣା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୫/୯: ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡା ସାହିରେ ଅଘଟଣ ଘଟିଛି। ନିର୍ମାଣାଧୀନ ପରିତ୍ୟକ୍ତ ପୁରୁଣା ଘରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ୩ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି।ମୃତ ଶିଶୁ କନ୍ୟା ଜଣକ ସ୍ୱାମ ମୁଣ୍ଡା ସାହିର ବଣ୍ଟି ମୁଣ୍ଡାଙ୍କ ଝିଅ ପ୍ରମିଳା ମୁଣ୍ଡା (୩) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟା ସମୟରେ ଶିଶୁଟିର ମାଆ ଶୌଚ ପାଇଁ ଯିବା ସମୟରେ ଝିଅକୁ ଘର କାନ୍ଥ ନିକଟରେ ଠିଆ କରି ଯାଇଥିଲେ। ଏହି ସମୟରେ ହଠାତ୍ ପୁରୁଣା କାନ୍ଥଟି ଭୁଶୁଡ଼ି ପଡ଼ିଥିଲା।ଘଟଣା ପରେ ଶିଶୁଟିକୁ ଉଦ୍ଧାର କରାଯାଇ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ପରୀକ୍ଷା କରି ଶିଶୁଟିକୁ ମୃତ ଘୋଷଣା କରିଥିଲେ।ଘଟଣା ସମ୍ପର୍କରେ ପାଟଣା ପୁଲିସ ୫୩/୨୦୨୬ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଏସଆଇ ଧନେଶ୍ୱର ପାତ୍ର ଘଟଣାର ତଦନ୍ତ କରିବା ସହ ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡ଼ିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)