ଲଗାଣ ବର୍ଷାରେ ଭାଙ୍ଗିଗଲା କୀର୍ତ୍ତନ ମଣ୍ଡଳୀ ଗୃହ, ନୂତନ ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
News Summary
କେନ୍ଦୁଝର ପାଟଣା ବ୍ଲକ ଅଙ୍କୁରା ଗ୍ରାମରେ ଲଗାଣ ବର୍ଷାରେ କୀର୍ତ୍ତନ ମଣ୍ଡଳୀ ଗୃହ ଭାଙ୍ଗିପଡ଼ିଛି। ନୂତନ ଗୃହ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଦାବି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୬/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ କୀର୍ତ୍ତନ ମଣ୍ଡଳୀ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି। ଏହା ଫଳରେ ଗ୍ରାମରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା କୀର୍ତ୍ତନ ପରମ୍ପରା ଓ ଧାର୍ମିକ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି।ଅଙ୍କୁରା ଗ୍ରାମରେ ଦୀର୍ଘବର୍ଷ ଧରି କୀର୍ତ୍ତନ ମଣ୍ଡଳୀ ମାଧ୍ୟମରେ ନିୟମିତ ଭାବେ କୀର୍ତ୍ତନ ସହ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଏହି କୀର୍ତ୍ତନ ମଣ୍ଡଳୀ ଗ୍ରାମବାସୀଙ୍କ ଧାର୍ମିକ ଭାବନା ସହିତ ସାମାଜିକ ଏକତା ଓ ଭାଇଚାରା ବଜାୟ ରଖିବାରେ ମଧ୍ୟ ଗୁରୁତ୍ୱ ବହନ କରୁଛି।ତେବେ ଲଗାଣ ବର୍ଷାରେ କୀର୍ତ୍ତନ ମଣ୍ଡଳୀ ଗୃହଟି ଭାଙ୍ଗିପଡ଼ିବା ପରେ ଏବେ କୀର୍ତ୍ତନ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ସ୍ଥାୟୀ ସ୍ଥାନର ଅଭାବ ଦେଖାଦେଇଛି। ଗୃହଟି ଭାଙ୍ଗିଯିବା ଯୋଗୁଁ କୀର୍ତ୍ତନ ମଣ୍ଡଳୀର ସଦସ୍ୟ ଓ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ପରିସ୍ଥିତିରେ ଅଙ୍କୁରା ଗ୍ରାମବାସୀ ସମ୍ପୃକ୍ତ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମର ପୁରୁଣା କୀର୍ତ୍ତନ ପରମ୍ପରାକୁ ଜାରି ରଖିବା ସହ କୀର୍ତ୍ତନ ମଣ୍ଡଳୀ ପାଇଁ ଶୀଘ୍ର ଏକ ନୂତନ ଗୃହ ନିର୍ମାଣ କରିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଦାବି ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ସହ ନୂତନ କୀର୍ତ୍ତନ ମଣ୍ଡଳୀ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)