ଖିରେଇଟାଙ୍ଗିରୀ ନିକଟରେ କାର-ବାଇକ୍ ଧକ୍କା, ବାଇକ୍ ଆରୋହୀ ଗୁରୁତର
News Summary
ପାଟଣା ଦୁର୍ଘଟଣା, ଖିରେଇଟାଙ୍ଗିରୀ ଦୁର୍ଘଟଣା, କେନ୍ଦୁଝର ରୋଡ୍ ଆକ୍ସିଡେଣ୍ଟ, କାର ବାଇକ୍ ଧକ୍କା, ୪୯ ନମ୍ବର ଜାତୀୟ ରାଜପଥ, ମନହୋର ମହାନ୍ତ
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୬/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଖିରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ ଏକ କାର ଭାରସାମ୍ୟ ହରାଇ ବାଇକ୍ ସହ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ଜଣକ ମାନପୁର ଗ୍ରାମର ମନହୋର ମହାନ୍ତ ବୋଲି ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଦୁର୍ଘଟଣାଗ୍ରସ୍ତ କାର ଓ ବାଇକ୍କୁ ଜବତ କରିଛି। ଏହାସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)