ପିକଅପ୍ ଓଲଟି ୨ ଗୋରୁ ମୃତ, ୩ ଉଦ୍ଧାର; ଗାଡ଼ି ଜବତ କଲା ପୁଲିସ
News Summary
କେନ୍ଦୁଝର ପାଟଣା ଚେମେଣା ନିକଟରେ ଗୋରୁ ବୋଝେଇ ପିକଅପ୍ ଓଲଟି ୨ ଗୋରୁ ମୃତ। ପୁଲିସ ପିକଅପ୍ ଜବତ କରି ତଦନ୍ତ ଜାରି ରଖିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୬/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଆଜି ଭୋର ସମୟରେ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଏକ ଗୋରୁ ବୋଝେଇ ପିକଅପ୍ କେନ୍ଦୁଝର ପଟୁ ଯଶିପୁର ଅଭିମୁଖେ ଯାଉଥିବା ବେଳେ ଚେମେଣା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ପିକଅପ୍ରେ ଥିବା ୨ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ତୁରୁମୁଙ୍ଗା ଥାନା ଏସ୍ଆଇ ସୁରେଶ ସାହୁ ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ମୃତ ୨ଟି ଗୋରୁଙ୍କ ସହ ଆଉ ୩ଟି ଗୋରୁ ଥିବା ଦେଖିଥିଲେ। ତେବେ ଅନ୍ୟ ଗୋରୁଙ୍କୁ ନେଇ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି।ପୁଲିସ ଦୁର୍ଘଟଣାଗ୍ରସ୍ତ ପିକଅପ୍ଟିକୁ ଜବତ କରି ତୁରୁମୁଙ୍ଗା ଥାନାକୁ ନେଇଛି। ଉଦ୍ଧାର ହୋଇଥିବା ୩ଟି ଗୋରୁଙ୍କୁ ଗୋଶାଳାରେ ଛାଡ଼ିବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ତୁରୁମୁଙ୍ଗା ଥାନାରେ ମାମଲା ନମ୍ବର ୨୫୩/୨୦୨୬ ରୁଜୁ ହୋଇଛି। ଏସ୍ଆଇ ସୁରେଶ ସାହୁ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)