ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମରେ ଭାଗବତ ପରାୟଣ ଉଦଯାପିତ

News Summary

ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମରେ ଠାକୁର କେଶବ ଚନ୍ଦ୍ରଙ୍କ ୭୨ତମ ଜନ୍ମୋତ୍ସବ ଅବସରରେ ଆୟୋଜିତ ସପ୍ତାହବ୍ୟାପୀ ଭାଗବତ ପରାୟଣ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୬/୯: ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଆନୁକୂଲ୍ୟରେ ସମାଜ ସଂସ୍କାରକ ଓ ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ଠାକୁର କେଶବ ଚନ୍ଦ୍ରଙ୍କ ୭୨ତମ ଜନ୍ମୋତ୍ସବ ଅବସରରେ ଚାଲିଥିବା ସପ୍ତାହବ୍ୟାପୀ ଭାଗବତ ପରାୟଣ ମହାଆଡମ୍ବରରେ ଉଦଯାପିତ ହୋଇଯାଇଛି।ବାବାଜୀ ଚରମାନନ୍ଦ ଦାସ ପ୍ରତାପଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ପ୍ରଭାତରୁ ବିଷ୍ଣୁ ସହସ୍ରନାମ, ମଙ୍ଗଳ ଆଳତି, ଗୁରୁ ବନ୍ଦନା, ପ୍ରାର୍ଥନା, ଧ୍ୟାନ, ଚରମ ଶାସ୍ତ୍ର ପାଠ, ମହାମନ୍ତ୍ର ନାମ ସଂକୀର୍ତ୍ତନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଥିସହିତ ଧେନୁ ପୂଜା, ବିଭିନ୍ନ ଦେବଦେବୀଙ୍କ ପୂଜା, ସାଧୁ-ବୈଷ୍ଣବ ସେବା, ଶ୍ରୀପାଦୁକା ମହାସ୍ନାନ, ଷୋଡ଼ଶ ଉପଚାର ପୂଜା, ହୋମଯଜ୍ଞ, ଅନ୍ନଦାନ ଓ ବସ୍ତ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଦିବସବ୍ୟାପୀ ଅଖଣ୍ଡ ଭାଗବତ ପାଠରେ ଭକ୍ତମାନେ ଯୋଗଦେଇଥିଲେ।
ସାଧୁସନ୍ଥଙ୍କ ଆଧ୍ୟାତ୍ମିକ ପ୍ରବଚନ
ଏକ ସପ୍ତାହ ଧରି ଚାଲିଥିବା ଏହି ଭାଗବତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁସନ୍ଥ ଯୋଗଦେଇଥିଲେ। ସେମାନେ ଆଗନ୍ତୁକ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଭାବଧାରା ଓ ଧାର୍ମିକ ଚେତନା ସମ୍ପର୍କରେ ଉଦ୍‌ବୁଦ୍ଧ କରିଥିଲେ।
ଆଶ୍ରମ ପରିସରରେ ଏକ ସର୍ବଧର୍ମ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଆୟୋଜନରେ ସହଯୋଗ
ବାବା ଉମାକାନ୍ତ ଦାସ ଓ ଶତ୍ରୁଘ୍ନ ଦାସଙ୍କ ନେତୃତ୍ୱରେ ଆଶ୍ରମ ପରିଚାଳକ ଅର୍ଜୁନ ଚରଣ ମହାନ୍ତ, ବରିଷ୍ଠ ସଦସ୍ୟ ନରେନ୍ଦ୍ର କୁମାର ସାହୁ, ବିଶ୍ୱନାଥ ପଣ୍ଡା, ରବୀନ୍ଦ୍ର ପାଢ଼ୀ, ରୁଦ୍ର ନାରାୟଣ ଶର୍ମା, ଗୁରୁଚରଣ ମହାନ୍ତ, ରାଜକିଶୋର ବେହେରା, ସହଦେବ ମହାନ୍ତ, ଭଗବାନ ବେହେରା, ଅନିରୁଦ୍ଧ ଘଡେଇ, ବୁଦ୍ଧଦେବ ଘଡେଇ, ବୁଦ୍ଧଦେବ ମହାନ୍ତ, ଶକୁନ୍ତଳା ମହାନ୍ତ, ମିନା ମହାନ୍ତ, ସନ୍ଧ୍ୟା ମହାନ୍ତ ଓ ସତ୍ୟଭାମା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।