ଛାତ୍ରଛାତ୍ରୀଙ୍କ କୃତିତ୍ୱ: ପୂର୍ବ କ୍ଷେତ୍ରୀୟ ଗଣିତ ଓ ବିଜ୍ଞାନ ମେଳାରେ କାବ୍ୟେଶ ପ୍ରଥମ, ଶ୍ରୀୟାଜ୍ୟୋତି ଦ୍ୱିତୀୟ
News Summary
ପୂର୍ବ କ୍ଷେତ୍ରୀୟ ଗଣିତ ଓ ବିଜ୍ଞାନ ମେଳାରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କାବ୍ୟେଶ ବେହେରା ପ୍ରଥମ ଓ ଶ୍ରୀୟାଜ୍ୟୋତି ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା, ୨୮/୯: ପଶ୍ଚିମବଙ୍ଗର ରାୟଗଞ୍ଜଠାରେ ଗତ ଦୁଇଦିନ ଧରି ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଆନୁକୂଲ୍ୟରେ ପୂର୍ବ କ୍ଷେତ୍ରୀୟ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାଦେଶିକ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହି କ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁରୁମୁଙ୍ଗାର ଅଷ୍ଟମ ଶ୍ରେଣୀ ଛାତ୍ର କାବ୍ୟେଶ ବେହେରା ଗଣିତ ପତ୍ରବାଚନ ବାଲ ବର୍ଗରେ ଏବଂ ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଶ୍ରୀୟାଜ୍ୟୋତି ସାହୁ ଗଣିତ ପ୍ରକଳ୍ପ କିଶୋର ବର୍ଗରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ।ପ୍ରତିଯୋଗିତାରେ କାବ୍ୟେଶ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଅଖିଳ ଭାରତୀୟ ଗଣିତ ଓ ବିଜ୍ଞାନ ମେଳାରେ ପୂର୍ବ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଶ୍ରୀୟାଜ୍ୟୋତି ସାହୁ ନିଜ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।ଏହି ସଫଳତା ମାଧ୍ୟମରେ ଦୁଇ ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହିତ ବିଦ୍ୟାଳୟର ନାମକୁ ମଧ୍ୟ ଗୌରବାନ୍ୱିତ କରିଛନ୍ତି। ସେମାନଙ୍କ ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା, ପରିଚାଳନା ସମିତିର କର୍ମକର୍ତ୍ତା, ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅଧିକାରୀ ଏବଂ ସମସ୍ତ ଶୁଭେଚ୍ଛୁଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।କାବ୍ୟେଶ ବେହେରା ବୁଢୀକାପୁଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ସୁନ୍ଦର ବେହେରା ଓ କଇଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଙ୍ଘମିତ୍ରା ସାହୁଙ୍କ ସୁଯୋଗ୍ୟ ସନ୍ତାନ। ସେହିପରି ଶ୍ରୀୟାଜ୍ୟୋତି ତୁରୁମୁଙ୍ଗା ଗ୍ରାମର ଚନ୍ଦ୍ର ଶେଖର ସାହୁ ଓ ମାନସୀ ସାହୁଙ୍କ ସୁପୁତ୍ରୀ।ଦୁଇ ଛାତ୍ରଛାତ୍ରୀଙ୍କ ମତରେ, ଏହି ସଫଳତାର ଶ୍ରେୟ ସେମାନଙ୍କ ନିଜସ୍ୱ ପରିଶ୍ରମ, ଅଭିଭାବକଙ୍କ ପ୍ରେରଣା, ବିଦ୍ୟାଳୟର ଗୁରୁଜୀ-ଗୁରୁମା ଓ ପରିଚାଳନା ସମିତିର କର୍ମକର୍ତ୍ତାଙ୍କ ଉଦ୍ୟମ ସହିତ ସର୍ବୋପରି ସତ୍ୟବାଦୀ ସାହୁଙ୍କ ଅକ୍ଲାନ୍ତ ପ୍ରଚେଷ୍ଟାର ଫଳ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।