ସୁନାପଶି ନିକଟରୁ ୫ ଫୁଟରୁ ଅଧିକ ଲମ୍ବର ଅଜଗର ଉଦ୍ଧାର
News Summary
ପାଟଣା ବନାଞ୍ଚଳର ସୁନାପଶି ଗ୍ରାମ ନିକଟରୁ ୫ ଫୁଟରୁ ଅଧିକ ଲମ୍ବର ଅଜଗର ଉଦ୍ଧାର। ବନ ବିଭାଗ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରି ଖଡ଼ିକାପଦା ହୁଡ଼ିରେ ଛାଡ଼ିଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୫/୯: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ସେକ୍ସନର ମାଛଗଡ଼ ଦକ୍ଷିଣ ବିଟ ଅଞ୍ଚଳ ସୁନାପଶି ଗ୍ରାମ ନିକଟରୁ ୫ ଫୁଟରୁ ଅଧିକ ଲମ୍ବର ଏକ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛି।ସୂଚନା ଅନୁସାରେ, ଅଜଗରଟି ନିକଟସ୍ଥ ହୁଡ଼ି ଗ୍ରାମ ଆଡ଼କୁ ଯାଉଥିବା ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଛଗଡ଼ ଦକ୍ଷିଣ ବିଟର ବନରକ୍ଷୀ ଅଶ୍ୱିନୀ କୁମାର ସାହୁଙ୍କ ସହ ପାରା କର୍ମଚାରୀ ଈଶ୍ୱର ମାଝୀ ଓ ନିରଞ୍ଜନ ନାଏକ ପ୍ରମୁଖ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ଅଜଗରଟିକୁ ଖଡ଼ିକାପଦା ହୁଡ଼ି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)