ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ ସମାଜ କାର୍ଯ୍ୟକ୍ରମ
News Summary
ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ NSS ପକ୍ଷରୁ ନିଶାମୁକ୍ତ ଯୁବପିଢ଼ି ଶିବିର; ସ୍ୱାସ୍ଥ୍ୟ ପରୀକ୍ଷା ସହ ସଚେତନତା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୨୫/୯: କେନ୍ଦୁଝର ଜିଲ୍ଲାର ପିପିଳିଆସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ନିଶାମୁକ୍ତ ଯୁବପିଢ଼ି ଶିବିର ଆୟୋଜିତ ହୋଇଛି।
ଶିବିରର ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ‘ମୋ ସ୍ୱାସ୍ଥ୍ୟ, ମୋ ଗର୍ବ’ ଅଭିଯାନ ଅଧୀନରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଓ ପୋଷଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ଡଃ ତ୍ରିଲୋଚନ ପଣ୍ଡା ଓ ଡଃ ରଞ୍ଜନ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ରହିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରିଥିଲେ। ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଏହି ଶିବିରରେ ଲକ୍ଷ୍ମୀ ନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କୁ ଅଧିକ ଦାୟିତ୍ୱସମ୍ପନ୍ନ ହେବାକୁ ଆହ୍ୱାନ ଦେଇଥିଲେ।ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ।ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ସନ୍ତୋଷ ନାରାୟଣ ଶିବିରକୁ ସଫଳତାର ସହ ପରିଚାଳନା କରିଥିଲେ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅଧ୍ୟାପକ ବିଷ୍ଣୁ ଚରଣ ସାମଲ, ଅଧ୍ୟାପକ ତପନ କୁମାର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ଓ ରଞ୍ଜନ କୁମାର ବେହେରାଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)