୫ ମୂଲ୍ୟବାନ ବ୍ୟବସାୟିକ ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କଲା ବ୍ୟାଙ୍କ ଅଫ ଇଣ୍ଡିଆ
News Summary
ଢେଙ୍କିକୋଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ୫ ଜଣ ମୂଲ୍ୟବାନ ବ୍ୟବସାୟିକ ସହଯୋଗୀଙ୍କୁ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ୧୯/୯: କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ୟାଙ୍କର ଅଗ୍ରଣୀ ଓ ମୂଲ୍ୟବାନ ବ୍ୟବସାୟିକ ସହଯୋଗୀ ଭାବେ ୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ବ୍ୟାଙ୍କ ଅଫ ଇଣ୍ଡିଆର ୧୨୧ତମ ପ୍ରତିଷ୍ଠା ଦିବସ ଅବସରରେ ଢେଙ୍କିକୋଟ ଶାଖାରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶାଖା ପରିଚାଳିକା ଶ୍ରଦ୍ଧାଞ୍ଜଳୀ ପ୍ରଧାନ ଓ ସହପରିଚାଳକ ସନ୍ଦୀପ କୁମାର ମହାନ୍ତିଙ୍କ ସମେତ ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ଚୟନିତ ବ୍ୟବସାୟିକ ସହଯୋଗୀମାନଙ୍କୁ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସମ୍ମାନିତ ହୋଇଥିବା ବ୍ୟକ୍ତିମାନେ ହେଲେ ପ୍ରଫେସର ଯୁଗଳ କିଶୋର ଦାଶ, ନବକିଶୋର ସାହୁ, ସଞ୍ଜୁଲତା ବାରିକ, ମହେଶ୍ୱର ସାହୁ ଓ ଦିଗାମ୍ବର ନାୟକ। ବ୍ୟାଙ୍କର ବ୍ୟବସାୟିକ ବିକାଶ ଓ ଗ୍ରାହକ ସେବା କ୍ଷେତ୍ରରେ ସହଯୋଗ ପାଇଁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)