ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ, ଢେଙ୍କିକୋଟରେ ଆରମ୍ଭ ହେଲା ପୂଜା ପ୍ରସ୍ତୁତି
News Summary
କେନ୍ଦୁଝର ଘଟଗାଁ ବ୍ଲକ ଢେଙ୍କିକୋଟରେ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ। ଇନ୍ଦ୍ରୋତ୍ସବ ପୂର୍ଣ୍ଣିମାରେ ପାରମ୍ପରିକ ରୀତିରେ ମାଟି ଅନୁକୂଳ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୨୬/୯: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ସର୍ବପୁରାତନ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପବିତ୍ର ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଅବସରରେ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ମହୁଲଗାଡିଆ ନିକଟସ୍ଥ ଭାଲୁଦୁମା ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ମାଟି ଅନୁକୂଳ କରାଯାଇଥିଲା।ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମେ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା କମିଟିର କର୍ତ୍ତା ରାମଚନ୍ଦ୍ର ସାହୁଙ୍କ ଦ୍ୱାରା ମଣ୍ଡପରେ ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ମାଟି ଅନୁକୂଳ ପାଇଁ ଶ୍ରଦ୍ଧାଳୁମାନେ ଭାଲୁଦୁମା ଅଭିମୁଖେ ଯାତ୍ରା କରିଥିଲେ।ଏହି ଅବସରରେ ଘଣ୍ଟ, ଶଙ୍ଖ ଓ ବାଦ୍ୟର ତାଳେତାଳେ ପୂଜା କମିଟିର ସଦସ୍ୟମାନେ ମଣ୍ଡପରୁ ଭାଲୁଦୁମା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପୂଜକ ଟିକିନା ଦାଶଙ୍କ ଦ୍ୱାରା ବିଧିବିଧାନ ଅନୁସାରେ ପୂଜା କାର୍ଯ୍ୟ କରାଯାଇ ମାଟି ଅନୁକୂଳ କରାଯାଇଥିଲା।ମାଟି ଅନୁକୂଳ କାର୍ଯ୍ୟରେ ରାମଚନ୍ଦ୍ର ସାହୁ, ସଞ୍ଜୀବ କୁମାର ସାହୁ, ରମେଶ ଚନ୍ଦ୍ର ମହାନ୍ତ, ମହେଶ୍ୱର ସାହୁ, ଦିଗାମ୍ବର ନାୟକ, ମକରଧ୍ୱଜ ସାହୁ, ଶଙ୍କର୍ଷଣ ସାହୁ, ନୀଳମଣି ମଣ୍ଡଳ, ତାପସ ଓଝା, ଅଜୟ କୁମାର ବେଜ, ସୁଶାନ୍ତ ସେନାପତି, ସୌମ୍ୟପ୍ରକାଶ ମଣ୍ଡଳଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ମାଟି ଅନୁକୂଳ ସହିତ ଢେଙ୍କିକୋଟରେ ଚଳିତ ବର୍ଷର ମହାଲକ୍ଷ୍ମୀ ପୂଜା ପାଇଁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ଆୟୋଜିତ ଏହି ମାଟି ଅନୁକୂଳ କାର୍ଯ୍ୟରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)