ଅରିନ୍ଦମ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳିତ
News Summary
ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁବ ଟିଭି ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅରିନ୍ଦମ ସ୍ମୃତିପୀଠରେ ପାଳିତ ହୋଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୪/୯: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତର ରାଇକଳା ଗ୍ରାମର ବାସିନ୍ଦା ତଥା ଯୁବ ଟିଭି ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଆଜି ରାଇକଳା ଗ୍ରାମସ୍ଥିତ ଅରିନ୍ଦମ ସ୍ମୃତିପୀଠ ପରିସରରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ମାତା କୁନି ଦାସ, ବଡ଼ ଭଉଣୀ ରୋଜାଲିନ ଦାସ, କାକା ଧରଣୀଧର ଦାସ, ପଣ୍ଡିତ ଅକ୍ଷୟ ନାରାୟଣ ମିଶ୍ର, ଶିକ୍ଷକ ଚିନ୍ତାମଣି ମହାନ୍ତ, ରମେଶ ପାତ୍ର, ଖୁଡ଼ି ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଅରିନ୍ଦମ ଦାସଙ୍କ ସ୍ମୃତିଚାରଣ କରିଥିଲେ।ଅରିନ୍ଦମ ଦାସ ଜଣେ ଯୁବ ସାମ୍ବାଦିକ ଭାବେ ସାମ୍ବାଦିକତା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ।
ତାଙ୍କ ସ୍ମୃତିକୁ ଅମର ରଖିବା ପାଇଁ ରାଇକଳା ଗ୍ରାମରେ ନିର୍ମିତ ଅରିନ୍ଦମ ସ୍ମୃତିପୀଠରେ ପ୍ରତିବର୍ଷ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି।ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ସ୍ୱର୍ଗତ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସ୍ମୃତିକୁ ସ୍ମରଣ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)