ଜିଲ୍ଲା ସ୍ତରୀୟ ତର୍କ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ବୋଧିପ୍ରିୟ ପ୍ରଥମ
News Summary
କେନ୍ଦୁଝରରେ ସେବା ସଂକଳ୍ପ ତର୍କ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିକିରାର ଛାତ୍ର ବୋଧିପ୍ରିୟ ପ୍ରଥମ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ: ୨୪/୯ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ ଅବସରରେ କେନ୍ଦୁଝରରେ ଆୟୋଜିତ ତର୍କ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିକିରା, ଢେଙ୍କିକୋଟର ଷଷ୍ଠ ଶ୍ରେଣୀ ଛାତ୍ର ବୋଧିପ୍ରିୟ ବିଶ୍ୱମୋହନ ନାୟକ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ହାସଲ ସମ୍ପର୍କିତ ବିଷୟକୁ ନେଇ ଏହି ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ବୋଧିପ୍ରିୟ ପୂର୍ବରୁ ବ୍ଲକ ସ୍ତରୀୟ ତର୍କ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ଜିଲ୍ଲା ସ୍ତରରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି।ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଉପସ୍ଥିତିରେ ବୋଧିପ୍ରିୟଙ୍କୁ ପୁରସ୍କୃତ କରିଥିଲେ।ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ବୋଧିପ୍ରିୟ ଆଗାମୀ ସେପ୍ଟେମ୍ବର ୨୮ ତାରିଖରେ ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଉଲ୍ଲେଖଯୋଗ୍ୟ, ପୁରସ୍କୃତ ବୋଧିପ୍ରିୟ ବିଶ୍ୱମୋହନ ନାୟକ ରାଜ୍ୟର ଜଣେ ପ୍ରତିଷ୍ଠିତ ଯୁବ କବି ତଥା ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକଙ୍କ ପୁତ୍ର ଅଟନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)