ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଯୁବ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶନାରେ ଉଦିତ ନାରାୟଣ ଗାଇଲେ ଗୀତ

News Summary

ପାଟଣାର ଯୁବ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶନାରେ ଉଦିତ ନାରାୟଣ ୩ଟି ଗୀତ ଗାଇଛନ୍ତି। ଗୀତଗୁଡ଼ିକ ଖୁବଶୀଘ୍ର ମୁକ୍ତିଲାଭ କରିବ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୨୪/୯: ପାଟଣାର ଯୁବ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶନାରେ ଦେଶର ଅନ୍ୟତମ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ୩ଟି ଗୀତ ଗାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ବିଭୁନ ସାହୁ ଏହି ଗୀତଗୁଡ଼ିକର ରଚନା କରିଥିବା ବେଳେ ଆଶୁତୋଷ ମହାପାତ୍ର ଏବଂ ନିରାକାର ପଣ୍ଡାଙ୍କ ଦ୍ୱାରା ଶୁଭମ ଏଣ୍ଟରଟେନମେଣ୍ଟ ଏବଂ ଜେଜେ ୟୁଟ୍ୟୁବ୍ ଚ୍ୟାନେଲରେ ଗୀତଗୁଡ଼ିକ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।
ଉଦିତ ନାରାୟଣ ଗାଇଥିବା ଗୀତଗୁଡ଼ିକ ହେଲା ‘ତତେ ଆଣିଦେବି ଖଣ୍ଡୁଆ ପାଟ’, ‘କଣ୍ଢେଇ ରାଣୀ’ ଏବଂ ‘ତତେ ପିନ୍ଧେଇବି ନିର୍ବନ୍ଧ ମୁଦି’।ଯୁବ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ଅଭିଜିତ ଭଟ୍ଟାଚାର୍ଯ୍ୟ, ଉଦିତ ନାରାୟଣ, ଶାନ, ବିନୋଦ ରାଠୋର, ଜୀ ସାରେଗାମାପାର ବିଜେତା ଆଲବର୍ଟ ଲେପଚା ଏବଂ ସଦ୍ୟ ସୋନି ଟିଭିର ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ ନିଜର କଣ୍ଠଦାନ କରିଛନ୍ତି।ଏହାଛଡ଼ା ଓଲିଉଡ୍ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ଦିପ୍ତିରେଖା ପାଢ଼ୀ, ଇରା ମହାନ୍ତି, ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ, ସତ୍ୟଜିତ ପ୍ରଧାନ, ପପୁ ପମପମ୍, ଅର୍ପିତା ଚୌଧୁରୀ, ଏସ୍. ଜିତୁ ଏବଂ ସୁଚିସ୍ମିତା ପ୍ରମୁଖ କଣ୍ଠଶିଳ୍ପୀ ମଧ୍ୟ ଚିନ୍ମୟଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।