ବାଙ୍ଗାଲୋରରୁ ଗାଁକୁ ଫେରିଲା ଯୁବକଙ୍କ ମରଶରୀର, ବେଗନା ଗ୍ରାମରେ ଶୋକର ଛାୟା
News Summary
ବାଙ୍ଗାଲୋରରେ ଡେଙ୍ଗୁ ଜ୍ୱରରେ ବେଗନା ଗ୍ରାମର ଯୁବକ ଦିପେଶ କୁମାର ସେଠୀଙ୍କ ମୃତ୍ୟୁ। ସାଂସଦ ଓ ଶ୍ରମ ବିଭାଗ ସହଯୋଗରେ ଗାଁକୁ ଫେରିଲା ମରଶରୀର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୯/୯: ବାଙ୍ଗାଲୋରରେ ଡେଙ୍ଗୁ ଜ୍ୱରରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀର ନିଜ ଗାଁକୁ ଫେରିଛି। ସାହାରପଡ଼ା ବ୍ଲକ ସିଲିପଦା ପଞ୍ଚାୟତ ଅନ୍ତର୍ଗତ ବେଗନା ଗ୍ରାମର ଦିପେଶ କୁମାର ସେଠୀ (୩୪)ଙ୍କ ମୃତ୍ୟୁ ଖବରରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।ଦିପେଶ କୁମାର ସେଠୀ ସଂଜୀବ କୁମାର ସେଠୀଙ୍କ ପୁଅ। ସେ କିଛି ବର୍ଷ ଧରି ବାଙ୍ଗାଲୋରର ହର୍ଷ ଆପାର୍ଟମେଣ୍ଟରେ ରହି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ଦୁଇ ଦିନ ତଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆପାର୍ଟମେଣ୍ଟର ଲୋକେ ପ୍ରସ୍ତୁତ ହେଉଥିବା ସମୟରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି।ଦିପେଶଙ୍କ ମୃତ୍ୟୁ ପରେ ବାଙ୍ଗାଲୋରରୁ ତାଙ୍କ ମରଶରୀରକୁ ବେଗନା ଗ୍ରାମକୁ ଆଣିବାରେ ସାଂସଦ ଅନନ୍ତ ନାୟକ ଓ ଶ୍ରମ ବିଭାଗ ପକ୍ଷରୁ ସହଯୋଗ କରାଯାଇଥିବା ଜଣାପଡ଼ିଛି।ଶନିବାର ସକାଳେ ଦିପେଶଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ବେଗନା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ସଦସ୍ୟ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)