ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ପାଟଣା ଉତ୍ସବମୁଖର

News Summary

ପାଟଣାରେ ଧୁମଧାମରେ ବିଶ୍ୱକର୍ମା ପୂଜା, ଉତ୍ସବମୁଖର ଅଞ୍ଚଳ

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୧୭/୯:ଦେବ ଶିଳ୍ପୀ ବାବା ବିଶ୍ୱକର୍ମାଙ୍କ ପୂଜା ପାଇଁ ପାଟଣା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ପାଟଣା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ପେଟ୍ରୋଲ ପମ୍ପ, ଲୁହା ଦୋକାନ, ଗ୍ୟାରେଜ୍ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳିତ ହୋଇଛି।ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ପୂଜାମଣ୍ଡପ ଓ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ଅନେକ ଲୋକ ନିଜ ଗାଡ଼ି ଓ ମୋଟର ନେଇ ବିଶ୍ୱକର୍ମାଙ୍କ ପୂଜା କରିଥିବା ଦେଖିବାକୁ ମିଳିଥିଲା।ବିଶେଷ କରି ପାଟଣା ମୁଖ୍ୟାଳୟସ୍ଥିତ ବିଦ୍ୟୁତ ବିଭାଗର ଟାଟା ପାୱାର କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ସେହିପରି ବିଶ୍ୱକର୍ମା ଫିଲିଂ ଷ୍ଟେସନ, ବୈତରଣୀ ରାଇସ୍ ମିଲ୍, ନାରାୟଣ ରାଇସ୍ ମିଲ୍, ସାଇ ଆଗ୍ରୋ, ଶିବକୃପା ଫିଲିଂ ଷ୍ଟେସନ, ମହିନ୍ଦ୍ରା ସୋରୁମ୍, ସାଇ ଶକ୍ତି ଏଜେନ୍ସି, ଅଲେଖ କନଷ୍ଟ୍ରକ୍ସନ, ମହାଦେବ ଟ୍ରାଭେଲ୍ସ ଓ ତୁରୁମୁଙ୍ଗାସ୍ଥିତ ଟାଟା ପାୱାର କାର୍ଯ୍ୟାଳୟରେ ମଧ୍ୟ ଆକର୍ଷଣୀୟ ସାଜସଜ୍ଜାରେ ବିଶ୍ୱକର୍ମା ପୂଜା ମଣ୍ଡପ ଝଲସି ଉଠିଥିଲା।ଏହାଛଡ଼ା ନେଉଳପଶି ଆଇଟିଆଇ, ତୁରୁମୁଙ୍ଗା ଆଇଟିଆଇ, ଯମୁନାପଶି ଗ୍ରିଡ୍ ଏବଂ ଖିରେଇଟାଙ୍ଗିରୀସ୍ଥିତ ଦୀପକ କନଷ୍ଟ୍ରକ୍ସନ ଆଦି ସ୍ଥାନରେ ମଧ୍ୟ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି।ସନ୍ଧ୍ୟା ସମୟରେ ବିଭିନ୍ନ ପୂଜାମଣ୍ଡପରେ ବିଶ୍ୱକର୍ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଥିଲା। ପୂଜାସ୍ଥଳୀଗୁଡ଼ିକରେ ଭଜନ ସନ୍ଧ୍ୟା, ମେଲୋଡି ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।ପାଟଣାରେ ସାଇ ଆଗ୍ରୋ, ସାଇ ଶକ୍ତି ଏଜେନ୍ସି ଓ ଟାଟା ପାୱାର ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଶ୍ୱକର୍ମା ପୂଜାକୁ ନେଇ ପାଟଣା ଅଞ୍ଚଳରେ ଦିନତମାମ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।