ଢେଙ୍କିକୋଟରେ ଧୁମଧାମରେ ବିଶ୍ୱକର୍ମା ପୂଜା
News Summary
କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟରେ ଧୁମଧାମରେ ବିଶ୍ୱକର୍ମା ପୂଜା ପାଳିତ। ଟାଟା ପାୱାର ସମେତ ବିଭିନ୍ନ ଫେବ୍ରିକେସନ ୟୁନିଟ୍, ଗ୍ୟାରେଜ୍ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ପୂଜାର୍ଚ୍ଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୭/୯: ଢେଙ୍କିକୋଟରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଛି। ବିଶ୍ୱକର୍ମା ପୂଜା ଅବସରରେ ଅଞ୍ଚଳର ବିଭିନ୍ନ ଫେବ୍ରିକେସନ ୟୁନିଟ୍, ଗ୍ୟାରେଜ୍ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି।ଢେଙ୍କିକୋଟ ବିଦ୍ୟୁତ ବିଭାଗ ଟାଟା ପାୱାର ପକ୍ଷରୁ ଭଗବାନ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ଟାଟା ପାୱାର ଢେଙ୍କିକୋଟର କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବେହେରାଙ୍କ ସମେତ ଲାଇନମ୍ୟାନ୍ ସୁବ୍ରତ କୁମାର ଶର୍ମା, ସତ୍ୟଜିତ୍ ପଣ୍ଡା, ତାପସ ସାହୁ, ଦିବ୍ୟରଞ୍ଜନ ସିଂହ, ନାରାୟଣ ବାରିକ ଓ ତପନ କୁମାର ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜା ପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।ସେହିପରି ଢେଙ୍କିକୋଟର କ୍ଲାସିକ୍ ଫେବ୍ରିକେସନ୍ ଏଣ୍ଡ ଫର୍ନିଚର, ଏଲ୍ଟି ସାଇକେଲ୍ ଷ୍ଟୋର୍, ବଜରଙ୍ଗୀ ଫେବ୍ରିକେସନ୍, ନାୟକ ଫେବ୍ରିକେସନ୍, ପ୍ରୁଡେନ୍ସିଆଲ୍ ଫିଲିଂ ଷ୍ଟେସନ୍, ଚକାଡୋଳା ଫିଲିଂ ଷ୍ଟେସନ୍ ଏବଂ ବାବା ବେଲେଶ୍ୱର ଗାଲାକ୍ସି ୱେଲଡିଂ ଏଣ୍ଡ ଫେବ୍ରିକେସନ୍ ଆଦି ପ୍ରତିଷ୍ଠାନରେ ମଧ୍ୟ ଭକ୍ତି ଓ ଉତ୍ସାହର ସହ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)