ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବିଶ୍ୱକର୍ମା ପୂଜା ପାଇଁ କେନ୍ଦୁଝର ରେଳବାଇ ଉତ୍ସବମୁଖର

News Summary

କେନ୍ଦୁଝରଗଡ଼ ରେଳବାଇ ପରିସରରେ ଧୁମଧାମରେ ପାଳିତ ହେଉଛି ବିଶ୍ୱକର୍ମା ପୂଜା। ଲୋକୋ ରନିଂ ଷ୍ଟାଫ ଆସୋସିଏସନ ସମେତ ବିଭିନ୍ନ ବିଭାଗ ପକ୍ଷରୁ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୧୭/୯: ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜାକୁ ନେଇ କେନ୍ଦୁଝରଗଡ଼ ରେଳବାଇ ପରିସର ଉତ୍ସବମୁଖର ହୋଇଉଠିଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ଲୋକୋ ରନିଂ ଷ୍ଟାଫ ଆସୋସିଏସନ ପକ୍ଷରୁ ବିଶ୍ୱକର୍ମା ପୂଜା ଧୁମଧାମରେ ପାଳନ କରାଯାଉଛି।ଗୁରୁବାର ସକାଳେ ବ୍ରାହ୍ମଣଙ୍କ ଦ୍ୱାରା ଘଟସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରେ ଅପରାହ୍ନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ପୂଜା କମିଟି ସଭାପତି ବିମଳ ଏକ୍କାଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ କିଶୋର କୁମାର ନାଏକ, ସମ୍ପାଦକ ବାଘାଇ ସରେନ, ପବନ କୁମାର ପାଣ୍ଡେ, ଜଗନମୟ ବଳ, ଶୁଭ୍ରାଂଶୁ ବିଶ୍ୱାଳ, ସନ୍ତୋଷ କୁମାର, ମେଘନାଦ, ନବୀନ ସାଇ, ନବୀନ ପଲେଇ, ବିଶ୍ୱଜିତ ପଥାଳ, ପଙ୍କଜ ପ୍ରମୁଖଙ୍କ ସକ୍ରିୟ ସହଯୋଗରେ ପୂଜା କାର୍ଯ୍ୟ ସୁଚାରୁରୂପେ ଅନୁଷ୍ଠିତ ହେଉଛି।ଆସନ୍ତାକାଲି ସନ୍ଧ୍ୟାରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଲୋକୋ ରନିଂ ଷ୍ଟାଫ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି କେନ୍ଦୁଝରଗଡ଼ ରେଳବାଇ ପରିସରର ଜେନେରାଲ ଇଲେକ୍ଟ୍ରିକାଲ, ଟିଆରଡି ଓ ୱାର୍କ୍ସ ଡିପାର୍ଟମେଣ୍ଟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହେଉଛି।ବିଶ୍ୱକର୍ମା ପୂଜା ଅବସରରେ ରେଳବାଇ ପରିସରକୁ ବିଭିନ୍ନ ଆଲୋକମାଳାରେ ସଜାଯାଇଛି। ସନ୍ଧ୍ୟା ସମୟରେ ବିଭିନ୍ନ ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।