ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମରେ ସାଧୁ ସମ୍ମିଳନୀ; ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରା ଉପରେ ଆଲୋଚନା
News Summary
ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମରେ ଠାକୁର କେଶବ ଚନ୍ଦ୍ରଙ୍କ ୭୨ତମ ଜନ୍ମୋତ୍ସବରେ ସାଧୁ ସମ୍ମିଳନୀ। ସଦଭାବ ଓ ଭାଇଚାରା ଉପରେ ଆଲୋଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୨/୯: ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, କ୍ଷିତିଜ୍ୟୋତିଃ ଆଶ୍ରମର ପ୍ରତିଷ୍ଠାତା ଠାକୁର କେଶବ ଚନ୍ଦ୍ରଙ୍କ ୭୨ତମ ସାପ୍ତାହିକ ଜନ୍ମୋତ୍ସବ ଅବସରରେ ଘଟଗାଁ ଗୁରୁଃସ୍ୱାମୀ ନଗରସ୍ଥିତ କ୍ଷିତିଜ୍ୟୋତିଃ ଆଶ୍ରମରେ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜନ୍ମୋତ୍ସବ ପାଳନର ତୃତୀୟ ଦିବସରେ ବାବାଜୀ ଚରମାନନ୍ଦ ଦାସ ପ୍ରତାପଙ୍କ ପୌରୋହିତ୍ୟରେ ଏହି ସାଧୁ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ବିଭିନ୍ନ ଆଶ୍ରମରୁ ସାଧୁ ଓ ବକ୍ତାମାନେ ଯୋଗଦେଇ ସାମ୍ପ୍ରତିକ ସମୟରେ ସାମ୍ପ୍ରଦାୟିକ ସଦଭାବ, ଭାଇଚାରା ଓ ସାମାଜିକ ଏକତା କିପରି ରକ୍ଷା କରାଯାଇପାରିବ, ସେନେଇ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଖଲଣା ରାଧେକୃଷ୍ଣ ଆଶ୍ରମର ବାବା କୃଷ୍ଣ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୁଞ୍ଜ ବିହାରୀ ଦାସ (ରେକୁଟିଆ) ଓ ଅଚ୍ୟୁତାନନ୍ଦ ଦାସ (ବେଲବାହାଳି) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମାଣିତ୍ରି, ଯାଜପୁରସ୍ଥିତ ଆମାଦ ଆଶ୍ରମର ହରିହର ଦାସ ମୁଖ୍ୟ ବକ୍ତା ଏବଂ ଜଳସୁଆଁର ଉଦ୍ଧବ ଦାସ ଓ ଖଇଳର ନବଘନ ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।ଏହା ବ୍ୟତୀତ ନୂଆଗାଁ ନୀଳମାଧବ ଆଶ୍ରମରୁ ଜଗନ୍ନାଥ ଦାସ, ଇନ୍ଦୁପୁରା ଗୁରୁଃକୃପା ଆଶ୍ରମରୁ ଦିବାକର ଦାସ, ବାତୋ ଶିଶୁ ଅନନ୍ତ ଆଶ୍ରମରୁ ମନମୋହନ ଦାସ ଏବଂ ବିରିଡିଆରୁ ସରୋଜିନୀ ଦାସ ଯୋଗଦେଇଥିଲେ।
ଘଟଗାଁ କ୍ଷିତିଜ୍ୟୋତିଃ ଆଶ୍ରମର ପରିଚାଳକ ଅର୍ଜୁନ ଚରଣ ମହାନ୍ତଙ୍କ ସହ ନରେନ୍ଦ୍ର କୁମାର ସାହୁ ଓ ରୁଦ୍ର ନାରାୟଣ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାଧୁ ସମ୍ମିଳନୀର ସଫଳ ଆୟୋଜନରେ ରାଜ କିଶୋର ବେହେରା, ସହଦେବ ମହାନ୍ତ, ଭଗବାନ ମହାନ୍ତ, ଭୀମସେନ ପାତ୍ର, ରବୀନ୍ଦ୍ର ପାଢ଼ୀ, ବିଶ୍ୱନାଥ ପଣ୍ଡା, ଆରକ୍ଷିତ ସାହୁ, ନିର୍ମଳ ଓଝା, ଅନିରୁଦ୍ଧ ଘଡ଼େଇ, ବୁଦ୍ଧଦେବ ଘଡ଼େଇଙ୍କ ସମେତ ଶକୁନ୍ତଳା ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ, ତିଲୋତ୍ତମା ମହାନ୍ତ, ସତ୍ୟଭାମା ମହାନ୍ତ ଓ ମମତା ସାହୁ ସହଯୋଗ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)