କୁଆପଶିରେ ଧୁମ୍ଧାମରେ କରମା ଉତ୍ସବ, ପରମ୍ପରା ଓ ସଂସ୍କୃତି ସୁରକ୍ଷା ପାଇଁ ଆହ୍ୱାନ
News Summary
କେନ୍ଦୁଝର ପାଟଣା ବ୍ଲକ କୁଆପଶି ଗ୍ରାମରେ କୁଡୁମୀ ସମାଜ ପକ୍ଷରୁ ତିନିଦିନିଆ କରମା ଉତ୍ସବ ଧୁମ୍ଧାମରେ ପାଳିତ। ନାଚ, ଗୀତ ଓ ଝୁମରରେ ଉତ୍ସବ ମୁଖରିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୨୨/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୁଆପଶି ଗ୍ରାମରେ କୁଡୁମୀ ସମାଜ ପକ୍ଷରୁ ତିନିଦିନିଆ ପାରମ୍ପରିକ କରମା ଉତ୍ସବ ଧୁମ୍ଧାମରେ ପାଳିତ ହୋଇଛି। ପାରମ୍ପରିକ ରୀତିନୀତି, ନାଚ, ଗୀତ ଓ ଝୁମରରେ ଉତ୍ସବସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା।ସନ୍ଧ୍ୟାରେ କରମା ଡାଳ ଆଣି ପୂଜାସ୍ଥଳରେ ସ୍ଥାପନ କରାଯିବା ପରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ କରମା କାହାଣୀ ପରିବେଷଣ ସହ ନାଚ, ଗୀତ ଓ ଝୁମର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉତ୍ସବରେ ଅର୍ଜୁନ ଚରଣ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଲାଲମୋହନ ମହାନ୍ତ ମୁଖ୍ୟ ଅତିଥି ଏବଂ ଦେବକୀ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ଏବିଇଓ ଜଗବନ୍ଧୁ ମହାନ୍ତ ଓ ରାଜକିଶୋର ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, କାଳୀଚରଣ ମହାନ୍ତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ଏବଂ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ୨୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ବଡ଼ପାଟଣା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ସମାଜସେବୀ ବିରଞ୍ଚି ମହାନ୍ତ, କୁଡୁମୀ ସେନାର ଉପସଭାପତି ମିତ୍ରଭାନୁ ମହାନ୍ତ ଏବଂ କୁଡୁମୀ ଗବେଷକ ଧନେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଦମୟନ୍ତୀ ମହାନ୍ତ ସଭାପତି ଏବଂ ପୁଷ୍ପଲତା ମହାନ୍ତ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ସୁରେଶ ମହାନ୍ତ, ଦ୍ରୌପଦୀ ମହାନ୍ତ, ଉମାକାନ୍ତ ମହାନ୍ତଙ୍କ ସମେତ କମିଟି ସଦସ୍ୟ ଭରତ ମହାନ୍ତ ଓ ଶ୍ରବଣ କୁମାର ମହାନ୍ତ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।ପାରମ୍ପରିକ କରମା ପର୍ବ ଓ କୁଡୁମୀ ସମାଜର ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ମଧ୍ୟରେ ଏହାର ପରମ୍ପରାକୁ ପହଞ୍ଚାଇବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।ଶେଷରେ କୁଆପଶିରେ ଆୟୋଜିତ ତିନିଦିନିଆ କରମା ଉତ୍ସବର ସମାପ୍ତି ହୋଇଥିଲା। ଉତ୍ସବରେ ଗ୍ରାମବାସୀଙ୍କ ସମେତ କୁଡୁମୀ ସମାଜର ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)