ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ତମ ଜନ୍ମଜୟନ୍ତୀରେ କଂଗ୍ରେସ ଭାଇଙ୍କ ପ୍ରତିମୂର୍ତ୍ତି ଅନାବରଣ
News Summary
ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ତମ ଜନ୍ମଜୟନ୍ତୀରେ କେନ୍ଦୁଝର ସାହାରପଡା ବାଲିତୋଟାରେ କଂଗ୍ରେସ ଭାଇଙ୍କ ପ୍ରତିମୂର୍ତ୍ତି ଅନାବରଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ସାହରପଡା ୧୪/୯: ପବିତ୍ର ଗଣେଶ ପୂଜା ଅବସରରେ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ତମ ଜନ୍ମଜୟନ୍ତୀ ମହୋତ୍ସବ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ର ବାଇକଳା ପଞ୍ଚାୟତ ଅନ୍ତର୍ଗତ ବାଲିତୋଟା ଗ୍ରାମରେ ମା’ କସ୍ତୁରବା ମହିଳା ମଣ୍ଡଳ ଓ ରାଧାମାଧବ ଯୁବ ସଂଘ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ଓଡ଼ିଶାର ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ତଥା ବିନୋବା ପନ୍ଥୀ ଶ୍ରୀ କଂଗ୍ରେସ ଭାଇଙ୍କ ମୁଗୁନି ପଥରର ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।ପ୍ରତିମୂର୍ତ୍ତି ଅନାବରଣ ସମୟରେ ଯୁବ ସମାଜସେବୀ ତଥା ସାହାରପଡା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଗୌତମ ନାଏକ, ଯୁବ ଗାନ୍ଧୀବାଦୀ ତଥା ବିନୋବା ସେବା ପ୍ରତିଷ୍ଠାନର ଜିଲ୍ଲା ସଂଯୋଜକ ସଚ୍ଚିଦାନନ୍ଦ ମାନବ, ବିଶ୍ୱବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟର ଟ୍ରଷ୍ଟି ଉଦୟ ନାଏକ, ସାହିତ୍ୟିକ ରବୀନ୍ଦ୍ରନାଥ ନାଏକ, ବାଇକଳାର ସମାଜସେବୀ ସୁରେଶ ସେନାପତି, ସାହାରପଡା ବାଥୁଡି ସାଂସ୍କୃତିକ ସମାଜର ସଭାପତି ରବୀନ୍ଦ୍ରନାଥ ନାଏକ, ଧନୁର୍ଜୟ ମହାନ୍ତ, ସନାତନ ନାଏକ, ବିଦ୍ୟାଧର ନାଏକ, ଉପସଭାପତି ରମାକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏହାସହ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଭୁବନେଶ୍ୱରର ମାୟା ମାଆ, ବିଶିଷ୍ଟ ସାହିତ୍ୟିକ ଡ. ଭାଗବତ ଲେଙ୍କା, କଂଗ୍ରେସ ଭାଇଙ୍କ ଅନୁଗାମୀ ଜଗଦିଶ ନାଏକ ଏବଂ ମା’ କସ୍ତୁରବା ମହିଳା ମଣ୍ଡଳର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।ପରେ ବାଲିତୋଟା ଗ୍ରାମର ରାଧାମାଧବ କ୍ଲବ୍ ମଞ୍ଚରେ ଏକ ସଭା ଆୟୋଜିତ ହୋଇଥିଲା। ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ରନାଥ ନାଏକ ସଭାରେ ସଭାପତିତ୍ୱ କରିଥିବା ବେଳେ ଜଗଦିଶ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ।ସଭାରେ ମହାତ୍ମା ଗାନ୍ଧୀ, ଆଚାର୍ଯ୍ୟ ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଗୋପବନ୍ଧୁ ଦାସ, କସ୍ତୁରବା ଗାନ୍ଧୀ, ରମାଦେବୀ ଚୌଧୁରୀ ଓ କଂଗ୍ରେସ ଭାଇଙ୍କ ଜୀବନ ଦର୍ଶନ, ସମାଜସେବା ଓ ଆଦର୍ଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ସଭା ଶେଷରେ ରାଧାମାଧବ ଯୁବକ ସଂଘର ବରିଷ୍ଠ ସଦସ୍ୟ ବିଦ୍ୟାଧର ନାଏକ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
