ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ମହାଆଡମ୍ବରରେ ଗଣେଶ ପୂଜା ପାଳିତ

News Summary

ପାଟଣା ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ମହାଆଡମ୍ବରରେ ଗଣେଶ ପୂଜା ପାଳିତ। ଛାତ୍ରଛାତ୍ରୀ, ଅଧ୍ୟାପକ ଓ କାର୍ଯ୍ୟକର୍ତ୍ତା ସାମିଲ।

ନଜର ଓଡ଼ିଶା | Nazar Odisha


କେନ୍ଦୁଝର/ପାଟଣା:୧୪/୯, ପାଟଣା ବ୍ଲକ ମୁଖ୍ୟାଳୟରେ ସ୍ଥାପିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କଲେଜ ପରିସରରେ ସୋମବାର ପବିତ୍ର ଗଣେଶ ପୂଜା ମହାଆଡମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସର ସହ ଏହି ପୂଜାରେ ସାମିଲ ହୋଇଥିଲେ।ଏହି ଅବସରରେ ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ସେଠୀ, ସମ୍ପାଦକ ଅନିଲ କୁମାର ରଣା, ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତଙ୍କ ସମେତ ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତେଜସ୍ୱିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର, କୁହେଲିକା ମହାନ୍ତ ଓ କୀର୍ତ୍ତିମୟୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।ସେହିପରି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଘନଶ୍ୟାମ ସାହୁ, ବାସନ୍ତୀ ମହାନ୍ତ, ବୈରାଗୀ ରଣା, ଫକୀର ନାଏକ, ଉମେଶ ରଣା ଓ ସାବିତ୍ରୀ ନାଏକ ପ୍ରମୁଖ ସାମିଲ ହୋଇ ଗଣେଶ ପୂଜାର ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ କରିଥିଲେ।ପୂଜା ଅବସରରେ ଛାତ୍ରଛାତ୍ରୀମାନେ ଭକ୍ତି ଓ ଶ୍ରଦ୍ଧାର ସହ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଅନୁଷ୍ଠାନର ସମସ୍ତଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରିଥିଲେ। ଗଣେଶ ପୂଜାକୁ ନେଇ କଲେଜ ପରିସରରେ ସାରାଦିନ ଉତ୍ସବମୁଖର ପରିବେଶ ଲାଗି ରହିଥିଲା।ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କାର୍ଯ୍ୟକର୍ତ୍ତାଙ୍କ ସମନ୍ୱୟରେ ପୂଜାର ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବା ବେଳେ ପୂଜା ଅବସରରେ ଅନୁଷ୍ଠାନ ପରିସର ଭକ୍ତିମୟ ହୋଇଉଠିଥିଲା।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।