ଢେଙ୍କିକୋଟର ଦିଲଦାର ୟୁଥ୍ କ୍ଲବରେ ଧୁମ୍ଧାମରେ ଗଣେଶ ପୂଜା
News Summary
ଢେଙ୍କିକୋଟର ଦିଲଦାର ୟୁଥ୍ କ୍ଲବ ପକ୍ଷରୁ ଧୁମ୍ଧାମରେ ଗଣେଶ ପୂଜା ପାଳିତ। ଆକର୍ଷଣୀୟ ତୋରଣ, ମନୋରମ ମୂର୍ତ୍ତି ଓ ଆଲୋକମାଳାରେ ସଜିଲା ପୂଜା ମଣ୍ଡପ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୪/୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଗ୍ରାମର ଦିଲଦାର ୟୁଥ୍ କ୍ଲବ ପକ୍ଷରୁ ଗଣେଶ ପୂଜା ଉତ୍ସାହ ଓ ଧୁମ୍ଧାମରେ ପାଳିତ ହୋଇଯାଇଛି। ପୂଜା ଅବସରରେ ଆକର୍ଷଣୀୟ ତୋରଣ ନିର୍ମାଣ ସହ ମନୋରମ ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିସହ ପୂଜା ମଣ୍ଡପକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।ପୂଜକ ଭାବେ ରଞ୍ଜିତ କୁମାର ଦାଶ ପୂଜାର୍ଚ୍ଚନା କରୁଥିବା ବେଳେ ସଚ୍ଚିତାନନ୍ଦ ବେହେରା, ବାବୁନି ତରାଇ, ବଳରାମ ମଣ୍ଡଳ ଓ ଅଜୟ ପରିଡ଼ାଙ୍କ ଦ୍ୱାରା ସଂକଳ୍ପ କାର୍ଯ୍ୟ ସମ୍ପନ୍ନ ହୋଇଛି।କ୍ଲବର ସଭାପତି ଦେବାଶିଷ ମହାନ୍ତ ଓ ସମ୍ପାଦକ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ସଦସ୍ୟ ଚନ୍ଦନ, ଲକ୍ଷ୍ମଣ, ପିଣ୍ଟୁ ଓ ଜୟଦେବ ପ୍ରମୁଖ ପୂଜା ଆୟୋଜନରେ ସକ୍ରିୟ ସହଯୋଗ କରୁଛନ୍ତି।ଢେଙ୍କିକୋଟ ଗ୍ରାମରେ ଗଣେଶ ପୂଜାକୁ ନେଇ ଭକ୍ତ ଓ ଯୁବକମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
