ପାଟଣା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ: ସଫେଇ ସହ ସଚେତନତା ଶୋଭାଯାତ୍ରା
News Summary
ପାଟଣା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ। ଛାତ୍ରଛାତ୍ରୀଙ୍କ ସଫେଇ ଅଭିଯାନ, ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୮/୯: ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଅଧୀନ ବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ‘ଜନସେବା-ରାଷ୍ଟ୍ରସେବା’ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହା ମାଧ୍ୟମରେ ‘ସ୍ୱଚ୍ଛ, ସୁନ୍ଦର ଆମ କେନ୍ଦୁଝର’ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଇଛି।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱଚ୍ଛତା ସଚେତନତା ସଭା ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ବିଦ୍ୟାଳୟ ପରିସରରେ ସଫେଇ ଅଭିଯାନ କରାଯାଇଥିଲା। ସ୍ୱଚ୍ଛତା ପ୍ରତି ସଚେତନ ରହିବା ସହ ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ କେତେକ ସ୍ଥାନରେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସାମିଲ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଅଭିଯାନରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଥିଲେ।ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ସ୍ତରରୁ ସ୍ୱଚ୍ଛତା ପ୍ରତି ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)