ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ତଣ୍ଡୋ ଗ୍ରାମରୁ ଛେଳି ଚୋରି ଉଦ୍ୟମ ଅଭିଯୋଗରେ ୨ ଗିରଫ

News Summary

ତଣ୍ଡୋ ଗ୍ରାମରେ ଛେଳି ଚୋରି ଉଦ୍ୟମ ଅଭିଯୋଗରେ ବିଜୟ ନାଏକ ଓ ଅଶ୍ୱିନୀ ନାଏକ ଗିରଫ। ଘଟଗାଁ ଥାନାରେ ୪୬୮/୨୦୨୬ ମାମଲା ରୁଜୁ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୧୮/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ତଣ୍ଡୋ ଗ୍ରାମରେ ଛେଳି ଚୋରି ଉଦ୍ୟମ ଅଭିଯୋଗରେ ଦୁଇଜଣଙ୍କୁ ଘଟଗାଁ ପୁଲିସ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ତଣ୍ଡୋ ଗ୍ରାମର ବିଜୟ ନାଏକ (୪୬) ଓ ଅଶ୍ୱିନୀ ନାଏକ (୪୨)।ସୂଚନା ଅନୁଯାୟୀ, ତଣ୍ଡୋ ଗ୍ରାମର ଗୋଲାପି ନାୟକଙ୍କ ଘରୁ ଗତରାତି ଛେଳି ଚୋରି ଉଦ୍ୟମ ହୋଇଥିଲା। ଗୋଲାପ ଘର ଜଗିଥିବା ବେଳେ ଛେଳିମାନଙ୍କ ବୋବାଳି ଶୁଣି ଉଠିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଦୌଡ଼ି ପଳାଇ ଯାଇଥିବା ବେଳେ ଟର୍ଚ୍ଚ ଆଲୋକରେ ଅନ୍ୟ ଜଣଙ୍କୁ ଗୋଲାପ ଚିହ୍ନଟ କରିଥିବା ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ଘଟଗାଁ ଥାନାରେ ଅଭିଯୋଗ ପରେ ଏଏସ୍‌ଆଇ ବ୍ୟାସଦେବ ମିର୍ଦ୍ଧା ପୁଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଗୋଲାପଙ୍କ ଘର ବାଡ଼ି ପଟେ ଜଣେ ବ୍ୟକ୍ତି ଚପଲ ଛାଡ଼ି ଯାଇଥିବା ଜଣାପଡ଼ିଥିଲା। ପରେ ସେହି ବ୍ୟକ୍ତି ଚପଲ ନେବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।ଏହି ଘଟଣାରେ ଘଟଗାଁ ଥାନା ପୁଲିସ ମାମଲା ରୁଜୁ କରି ବିଜୟ ନାଏକ ଓ ଅଶ୍ୱିନୀ ନାଏକଙ୍କୁ ଗିରଫ କରିଛି। ଏନେଇ ଘଟଗାଁ ଥାନାରେ ମାମଲା ନଂ-୪୬୮/୨୦୨୬ ରୁଜୁ ହୋଇଥିବା ଜଣାପଡ଼ିଛି।ଅଭିଯୋଗ ଅନୁସାରେ, ଗୋଲାପି ନାୟକଙ୍କ ପୁଅ ଗାଁ ଛକରେ ଥିବା ଏକ ଦୋକାନରେ ରାତିରେ ଥିବା ସମୟରେ ପଡ଼ୋଶୀ ଦୁଇଜଣ ଛେଳି ଚୋରି ଉଦ୍ୟମ କରିଥିଲେ। ଘଟଣାକୁ ନେଇ ଘଟଗାଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।