ପ୍ରଧାନଶିକ୍ଷୟିତ୍ରୀ ରାଜଶ୍ରୀ ସେଠୀଙ୍କୁ ‘ନେସନ୍ ବିଲ୍ଡର୍ ଆୱାର୍ଡ’
News Summary
ଘଟଗାଁ ବ୍ଲକ୍ ତାରିଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଶ୍ରୀ ସେଠୀଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ନେସନ୍ ବିଲ୍ଡର୍ ଆୱାର୍ଡ ପ୍ରଦାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ,୧୫/୦୯: ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ପାଇଁ ଘଟଗାଁ ବ୍ଲକ୍ ଅନ୍ତର୍ଗତ ତାରିଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଶ୍ରୀ ସେଠୀଙ୍କୁ ‘ନେସନ୍ ବିଲ୍ଡର୍ ଆୱାର୍ଡ’ ପ୍ରଦାନ କରାଯାଇଛି।୨୦୨୬ ସେପ୍ଟେମ୍ବର ୧୩ ତାରିଖରେ ଘସିପୁରାସ୍ଥିତ ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ରୋଟାରୀ କ୍ଲବ୍ ଆନନ୍ଦପୁର ପକ୍ଷରୁ ଆୟୋଜିତ ‘ନେସନ୍ ବିଲ୍ଡର୍ ଆୱାର୍ଡ’ ସମାରୋହରେ ରାଜଶ୍ରୀ ସେଠୀଙ୍କୁ ଏହି ସମ୍ମାନ ଦିଆଯାଇଥିଲା।ରୋଟାରୀ ଇଣ୍ଟରନ୍ୟାସନାଲ୍ ଡିଷ୍ଟ୍ରିକ୍ଟ ୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରୋଟାରିଆନ୍ ଅନିଲ କୁମାର ସାମଲ, ସମାରୋହର ଚେୟାରପର୍ସନ୍ ରୋଟାରିଆନ୍ ଏଜି ଡ. ସୁମିତ୍ରା ମିଶ୍ର ଏବଂ ରୋଟାରୀ କ୍ଲବ୍ ଆନନ୍ଦପୁରର ସଭାପତି ରୋଟାରିଆନ୍ ବିଘ୍ନେଶ୍ୱର ବେହେରାଙ୍କ ସମେତ ଅନ୍ୟାନ୍ୟ ରୋଟାରୀ ସଦସ୍ୟ ଓ ଅତିଥିମାନେ ଏହି ସମାରୋହରେ ଉପସ୍ଥିତ ଥିଲେ।ଶ୍ରୀମତୀ ସେଠୀଙ୍କୁ ମିଳିଥିବା ଏହି ସମ୍ମାନ ତାଙ୍କର ଶିକ୍ଷା ପ୍ରତି ନିଷ୍ଠା, ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଅବଦାନ ଏବଂ ସମାଜ ଗଠନରେ ତାଙ୍କର ଉଲ୍ଲେଖନୀୟ ଭୂମିକାର ସ୍ୱୀକୃତି ବୋଲି ମତ ପ୍ରକାଶ ପାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
