ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବାବା ବେଶରେ ଆସି ମହିଳାଙ୍କଠାରୁ ସୁନା ବଳା ଲୁଟ ଅଭିଯୋଗ, ୩ ଗିରଫ

News Summary

ରାଉରକେଲାରେ ବାବା ବେଶରେ ମହିଳାଙ୍କଠାରୁ ସୁନା ବଳା ଲୁଟ ଅଭିଯୋଗ, ୩ ଗିରଫ।

ନଜର ଓଡ଼ିଶା | Nazar Odisha
ସୁନ୍ଦରଗଡ/ରାଉରକେଲା, ୨୪/୯: ବାବା ବେଶରେ ଆସି ଜଣେ ମହିଳାଙ୍କୁ ଭୟଭୀତ କରି ସୁନା ବଳା ଲୁଟି ନେବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରାଉରକେଲା ସେକ୍ଟର-୭ ଥାନା ପୋଲିସ। ବୁଧବାର ସକାଳେ ଚେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।ପୋଲିସ ସୂଚନା ଅନୁସାରେ, ସକାଳ ପ୍ରାୟ ୧୧ଟା ୧୫ ମିନିଟରେ ବାବା ବେଶରେ ଥିବା ୩ ଜଣ ବ୍ୟକ୍ତି ସ୍ନେହଲତା ଜେନା ନାମକ ଜଣେ ମହିଳାଙ୍କୁ ଅଟକାଇଥିଲେ। ପ୍ରଥମେ ସେମାନେ ମହିଳାଙ୍କୁ ଟଙ୍କା ମାଗିଥିଲେ। ମହିଳା ଟଙ୍କା ଦେବାକୁ ମନା କରିବା ପରେ ତାଙ୍କୁ ଭୟଭୀତ କରି ଅଳଙ୍କାର ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।ଏହାପରେ ଅଭିଯୁକ୍ତମାନେ ମହିଳାଙ୍କ ହାତରୁ ଗୋଟିଏ ସୁନା ବଳା ନେଇ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ଜୋରରେ ପାଟି କରିବାରୁ ଆଖପାଖରେ ଥିବା ଲୋକେ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ କାବୁ କରିଥିଲେ। ପରେ ପୋଲିସକୁ ଖବର ଦିଆଯିବାରୁ ସେକ୍ଟର-୭ ଥାନା ପୋଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଥାନାକୁ ନେଇଥିଲା।ସ୍ନେହଲତା ଜେନାଙ୍କ ଲିଖିତ ଅଭିଯୋଗ ଆଧାରରେ ସେକ୍ଟର-୭ ଥାନାରେ କେସ୍ ନମ୍ବର ୨୨୪ରେ ମାମଲା ରୁଜୁ ହୋଇଛି। BNSର ଧାରା ୩୦୮(୫)/୩(୫) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ କରମବୀର ନାଥ (୩୦), ଗୋରଖ ନାଥ (୪୫) ଏବଂ ରାଜନ ନାଥ (୨୫)। ପୋଲିସ ଅନୁସାରେ, କରମବୀର ଓ ଗୋରଖ ନାଥ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାଫରପୁର ଥାନା ଅଞ୍ଚଳର ହୋଇଥିବା ବେଳେ ରାଜନ ନାଥ ହରିୟାଣାର ସୋନିପତ ଅଞ୍ଚଳର ବାସିନ୍ଦା।ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ସୁନା ବଳା, କମଣ୍ଡଳୁ, ରୁଦ୍ରାକ୍ଷ ମାଳା, ଲୁହା ଚେନ୍, ଲୁହା ଓ ପିତ୍ତଳ ବଳା, ପିତ୍ତଳ ବାଲ୍ଟି, ୨ଟି ବ୍ୟାଗ୍, ଶଙ୍ଖ ଏବଂ ୧,୪୫୦ ଟଙ୍କା ନଗଦ ଜବତ କରିଛି।ଗିରଫ ୩ ଜଣଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି କି ନାହିଁ ଏବଂ ଏଭଳି ଅନ୍ୟ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ଯାଞ୍ଚ କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।