ଘଟଗାଁ କ୍ଷିତିଜ୍ୟୋତି ଆଶ୍ରମରେ ଭାଗବତ ପରାୟଣ ଆରମ୍ଭ, ଭଜନ ଓ ନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ
News Summary
ଘଟଗାଁ କ୍ଷିତିଜ୍ୟୋତି ଆଶ୍ରମରେ ଠାକୁର କେଶବ ଚନ୍ଦ୍ରଙ୍କ ୮୩ତମ ଆବିର୍ଭାବ ମହୋତ୍ସବ ଅବସରରେ ଭାଗବତ ପରାୟଣ, ଭଜନ ଓ ନାମ ସଂକୀର୍ତ୍ତନ ଆରମ୍ଭ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୨୦/୯: ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ, କ୍ଷିତିଜ୍ୟୋତି ଆଶ୍ରମ ଘଟଗାଁ ଶାଖା ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ୮୩ତମ ଆବିର୍ଭାବ ମହୋତ୍ସବ ଅବସରରେ ଶ୍ରୀମଦ୍ ଭାଗବତ ପରାୟଣ ଆରମ୍ଭ ହୋଇଛି। ଏହାକୁ ନେଇ କ୍ଷିତିଜ୍ୟୋତି ଆଶ୍ରମ ପରିସରରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।ପବିତ୍ର ରାଧାଷ୍ଟମୀ ଅବସରରେ ଗତକାଲି କଳସ ଯାତ୍ରା ଓ ଶୁଭାଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଆଜି ପ୍ରଭାତରୁ ଠାକୁରଙ୍କ ପୂଜାର୍ଚ୍ଚନା, ସୂର୍ଯ୍ୟ ପୂଜା, ସଂକଳ୍ପ ପୂଜା, ଧେନୁ ପୂଜା, ସାଧୁ-ବୈଷ୍ଣବ ସେବା ଓ ହୋମଯଜ୍ଞ ଭଳି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ଅଖଣ୍ଡ ଭାଗବତ ପାଠ ମଧ୍ୟ ଚାଲୁ ରହିଛି।ସକାଳ, ଦ୍ୱିପ୍ରହର ଓ ସନ୍ଧ୍ୟା ସମୟରେ ଭଜନ ଏବଂ ନାମ ସଂକୀର୍ତ୍ତନ ଆୟୋଜନ କରାଯାଉଛି। ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ଭାଗବତ ପାଠ, ଭଜନ ଓ ସଂକୀର୍ତ୍ତନରେ ସାମିଲ ହେଉଛନ୍ତି।
ରୁଦ୍ର ନାରାୟଣ ଶର୍ମାଙ୍କ ନେତୃତ୍ୱରେ ପୂଜା କାର୍ଯ୍ୟ ସମ୍ପାଦିତ ହେଉଥିବାବେଳେ ବାବାଜୀ ଉମାକାନ୍ତ ଦାସଙ୍କ ସହ ନିର୍ମଳ ଦାସ, ରବୀନ୍ଦ୍ର ପାଢ଼ୀ ଓ ଆରକ୍ଷିତ ଦାସ ଭାଗବତ ପାଠ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ରାଜ କିଶୋର ବେହେରା, ବୁଦ୍ଧଦେବ ଘଡେଇ, ଅନିରୁଦ୍ଧ ଘଡେଇ ଓ ବୁଦ୍ଧଦେବ ମହାନ୍ତ ସଂକୀର୍ତ୍ତନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।ବାବାଜୀ ଚରମାନନ୍ଦ ଦାସ ପ୍ରତାପଙ୍କ ତତ୍ତ୍ୱାବଧାନରେ ସମଗ୍ର ଧାର୍ମିକ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। କାର୍ଯ୍ୟକ୍ରମରେ ନରେନ୍ଦ୍ର କୁମାର ସାହୁ, ଅର୍ଜୁନ ଚରଣ ମହାନ୍ତ, ଗୁରୁ ଚରଣ ମହାନ୍ତ, ଭୀମସେନ ପାତ୍ର, ଭଗବାନ ବେହେରା, ସନ୍ଧ୍ୟା ରାଣୀ ମହାନ୍ତ, ଶକୁନ୍ତଳା ମହାନ୍ତ, ଟିଲୋତ୍ତମା ମହାନ୍ତ ଓ ରବୀନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରୁଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)