ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ଯାଜପୁରରେ ୪୦ ହଜାର ଲାଞ୍ଚ ନେବାବେଳେ JRA ଧରାପଡ଼ିଲେ, ଜମି କିଣିବା ଅନୁମତି ପାଇଁ ଦାବି ହୋଇଥିଲା ଟଙ୍କା

News Summary

ଯାଜପୁରରେ ୪୦ ହଜାର ଲାଞ୍ଚ ନେଇ JRA ଧରାପଡ଼ିଲେ, ଜମି କିଣିବା ଅନୁମତି ପାଇଁ ଲାଞ୍ଚ ଦାବି

ନଜର ଓଡ଼ିଶା | Nazar Odisha
ଯାଜପୁର:୨୫/୯, ଜମି କିଣିବା ପାଇଁ ଆବଶ୍ୟକ ଅନୁମତିପତ୍ର କରାଇଦେବାକୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) ପ୍ରସନ୍ନ କୁମାର ସାହାଣୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି।ଭିଜିଲାନ୍ସର ସୂଚନା ଅନୁସାରେ, ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କଠାରୁ ୧୬ ଡିସିମିଲ୍ ଜମି କିଣିବା ପାଇଁ ଆବେଦନକାରୀ ତାଙ୍କ ମାଆଙ୍କ ନାମରେ ଆବଶ୍ୟକ ଅନୁମତି ପାଇଁ ୨୦୨୫ ନଭେମ୍ବର ୨୯ରେ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ।
ଅଭିଯୋଗ ଅନୁସାରେ, ଅନୁମତିପତ୍ର ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ JRA ପ୍ରସନ୍ନ କୁମାର ସାହାଣୀ ୪୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେଇପାରିବେ ନାହିଁ କହିବା ପରେ ଲାଞ୍ଚ ଟଙ୍କା ୪୦ ହଜାରକୁ କମାଇଥିବା ଅଭିଯୋଗ ହୋଇଛି।ଡିସିମିଲ୍ ପିଛା ୩ ହଜାର ଟଙ୍କା ଲାଞ୍ଚ ଦାବି ଅଭିଯୋଗ ୧୬ ଡିସିମିଲ୍ ଜମି ପାଇଁ ୪୮ ହଜାର ଟଙ୍କା ଦାବି କରାଯାଇଥିବାରୁ ଡିସିମିଲ୍ ପିଛା ୩ ହଜାର ଟଙ୍କା ଲାଞ୍ଚ ଦାବି ହୋଇଥିବା ଅଭିଯୋଗ ରହିଛି। ପରେ ଏହି ଟଙ୍କା ୪୦ ହଜାରକୁ କମାଯାଇଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।ଏହାପରେ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ JRA ପ୍ରସନ୍ନ କୁମାର ସାହାଣୀଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି।JRA ଧରାପଡ଼ିବା ପରେ ତାଙ୍କ ସହ ସମ୍ପର୍କିତ ଆୟ ବହିର୍ଭୂତ ସମ୍ପତ୍ତି ନେଇ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି। ପ୍ରସନ୍ନ କୁମାର ସାହାଣୀଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ଏନେଇ କଟକ ଭିଜିଲାନ୍ସ ପକ୍ଷରୁ କେସ୍ ନମ୍ବର ୩୭/୨୦୨୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।