ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ଖେଳ. Show all posts
Showing posts with label ଖେଳ. Show all posts

ଦିଲ୍ଲୀ ଜାତୀୟ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍‌ରେ ଓଡ଼ିଶାର ୨୦ ଖେଳାଳି


ଭୁବନେଶ୍ୱର, ୮/୯: ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଇକ୍ୟୁପ୍ଡ ଓ ଅନଇକ୍ୟୁପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍‌-୨୦୨୬ରେ ଓଡ଼ିଶାର ୨୦ ଜଣିଆ ପାୱାରଲିଫ୍ଟିଂ ଦଳ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ପିତମପୁରାସ୍ଥିତ ଦିଲ୍ଲୀ ହାଟ୍‌ରେ ଏହି ଜାତୀୟ ପ୍ରତିଯୋଗିତା ଆୟୋଜିତ ହେବ।

ବିଭିନ୍ନ ଓଜନ ବର୍ଗରେ ଓଡ଼ିଶାର ପୁରୁଷ ଓ ମହିଳା ପାୱାରଲିଫ୍ଟରମାନେ ମଇଦାନକୁ ଓହ୍ଲାଇ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ।

ଇକ୍ୟୁପ୍ଡ ପୁରୁଷ ବର୍ଗ

ଇକ୍ୟୁପ୍ଡ ପୁରୁଷ ବର୍ଗରେ ପିକୁ ରାୟ (୫୯ କେଜି), ହୃଷୀକେଶ ସାହୁ (୬୬ କେଜି), ନିରଞ୍ଜନ ବାଗ ଓ ପ୍ରଦୀପ ବିଶ୍ୱାଳ (୭୪ କେଜି) ଏବଂ ସୋମନାଥ ପଟ୍ଟନାୟକ (୧୨୦ କେଜି) ପ୍ରତିଦ୍ୱନ୍ଦ୍ୱିତା କରିବେ।

ଇକ୍ୟୁପ୍ଡ ମହିଳା ବର୍ଗ

ଇକ୍ୟୁପ୍ଡ ମହିଳା ବର୍ଗରେ ଦ୍ରୌପଦୀ ଧରୁଆ (୬୩ କେଜି) ଓ ଡଲି ପୂଜାରୀ (୭୬ କେଜି) ଓଡ଼ିଶା ପକ୍ଷରୁ ଅଂଶଗ୍ରହଣ କରିବେ।

ଅନଇକ୍ୟୁପ୍ଡ ପୁରୁଷ ବର୍ଗ

ଅନଇକ୍ୟୁପ୍ଡ ପୁରୁଷ ବର୍ଗରେ ୱାଇ. ଅବିନାଶ ଓ ପିୟୁଷ ମହାନନ୍ଦ (୭୪ କେଜି), ବିକ୍ରମ ବେହେରା ଓ ସୁଦୀପ କୁମାର ମହାରଣା (୮୩ କେଜି), ଦୁଷ୍ମନ୍ତ ସାହୁ (୯୩ କେଜି), ସୁମନ୍ତ କୁମାର ସାହୁ (୧୦୦ କେଜି), ସୁଧାଂଶୁ ଶେଖର ଶ୍ରୀଚନ୍ଦନ (୧୨୦ କେଜି) ଏବଂ ଦିବ୍ୟ କୁମାର ବେହେରା (୧୨୦+ କେଜି) ପ୍ରତିଦ୍ୱନ୍ଦ୍ୱିତା କରିବେ।

ଅନଇକ୍ୟୁପ୍ଡ ମହିଳା ବର୍ଗ

ଅନଇକ୍ୟୁପ୍ଡ ମହିଳା ବର୍ଗରେ ଟିନା ଦାସ ଓ ବନାନୀ ବିଶ୍ୱାସ (୬୩ କେଜି), ଋତୁ ଗୁପ୍ତା (୬୯ କେଜି), ସୁନୀତା ନାୟକ (୮୪ କେଜି) ଏବଂ ଚାନ୍ଦିନୀ ଶର୍ମା (୮୪+ କେଜି) ଓଡ଼ିଶା ପାଇଁ ମଇଦାନକୁ ଓହ୍ଲାଇବେ।

ଓଡ଼ିଶା ପାୱାରଲିଫ୍ଟିଂ ସଂଘର ସଭାପତି ପରେଶ ଚନ୍ଦ୍ର ମହାନ୍ତ ଏବଂ ସାଧାରଣ ସମ୍ପାଦିକା ସଙ୍ଗୀତା ସିଂହ ସମସ୍ତ ମନୋନୀତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଓ ସମର୍ପଣ ପାଇଁ ସେମାନେ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News


🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।