ଦେଶୀ ମହୁଲି ଭାଟିରେ ଗଣ୍ଡଗୋଳ: ଟାଙ୍ଗିଆରେ ୩ ଚୋଟ ହାଣି ଜଣଙ୍କୁ କଲେ ଗୁରୁତର
ପାଟଣା: ୧୦/୯,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ତଣ୍ଡୋ ଗ୍ରାମ ଜାମୁନାଳିଆ ସାହିରେ ଥିବା ଏକ ଦେଶୀ ମହୁଲି ମଦ ଭାଟିରେ ଗଣ୍ଡଗୋଳ ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ପୂତୁଲୁ ମୁଣ୍ଡାଙ୍କ ଦେଶୀ ମଦ ଭାଟିରେ ଆଜି ବିଳମ୍ବିତ ସନ୍ଧ୍ୟାରେ ମଦ ପିଇବାକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ଗଣ୍ଡଗୋଳ ଘଟିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ସାହିର ଅଯୋଧ୍ୟା ନାଏକ (୫୫)ଙ୍କୁ ଟାଙ୍ଗିଆରେ ୩ ଚୋଟ ହାଣିଥିବା ଅଭିଯୋଗ ହୋଇଛି।ଟାଙ୍ଗିଆ ଆକ୍ରମଣରେ ଅଯୋଧ୍ୟାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ଘଟଗାଁ ଥାନା ଏସ୍ଆଇ ପ୍ରଶାନ୍ତ ବେହେରା ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)