ବିରୂପା ନଦୀକୁ ଡେଇଁପଡ଼ିଲେ ସ୍ୱାମୀ-ସ୍ତ୍ରୀ: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ; ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
News Summary
ଯାଜପୁର ବାଲିକୁଦା ସେତୁରୁ ବିରୂପା ନଦୀକୁ ଡେଇଁପଡ଼ିଲେ ସ୍ୱାମୀ-ସ୍ତ୍ରୀ। ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ। ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର, ୧୪/୦୯: ବିରୂପା ନଦୀକୁ ଡେଇଁପଡ଼ିଲେ ସ୍ୱାମୀ-ସ୍ତ୍ରୀ। ଯାଜପୁର ଜିଲ୍ଲାର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁପଡ଼ିଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ୱାମୀ ଏବେବି ନିଖୋଜ ରହିଛନ୍ତି। ନିଖୋଜ ସ୍ୱାମୀଙ୍କୁ ଖୋଜିବା ପାଇଁ ବରୀ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସୂଚନା ଅନୁସାରେ, ନଦୀକୁ ଡେଇଁପଡ଼ିଥିବା ଦମ୍ପତି ହେଉଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା। ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ସକାଳେ ଉଭୟେ ବାଲିକୁଦା ସେତୁ ଉପରକୁ ଆସିଥିଲେ। ପରେ ଉଭୟେ ବିରୂପା ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ତିଳୋତ୍ତମାଙ୍କୁ ବରୀ ମହାକାଳପଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।ଅନ୍ୟପକ୍ଷରେ, ସୁଧାକର ଓଝାଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନିଖୋଜ ସୁଧାକରଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
