ପିକକ୍ ପକ୍ଷରୁ ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ରଶିକ୍ଷଣ
ପାଟଣା, ୧୨/୯: କେନ୍ଦୁଝର ଜିଲ୍ଲା ପାଟଣାସ୍ଥିତ ପିକକ କାର୍ଯ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଇକୋସେଭର୍ସ ଯୁବଗୋଷ୍ଠୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପିକକ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣରେ ପାଟଣା ଓ ଘଟଗାଁ ବ୍ଲକର ୫୦ ଜଣ ଯୁବଗୋଷ୍ଠୀ ସଦସ୍ୟ ଅଂଶଗ୍ରହଣ କରିଥିଲେ।ପ୍ରଶିକ୍ଷକ ପ୍ରସନ୍ନ କୁମାର ମହାନ୍ତ ଯୋଗଦେଇ ପରିବେଶ ସୁରକ୍ଷା, ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ପୁନଃବ୍ୟବହାର ଓ ପୁନଃଚକ୍ରଣ, ପ୍ଲାଷ୍ଟିକ୍ ବର୍ଜ୍ୟର କୁପ୍ରଭାବ ଏବଂ ପରିବେଶ ସୁରକ୍ଷାରେ ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପ୍ରଶିକ୍ଷଣ ମାଧ୍ୟମରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ବୃଦ୍ଧି କରିବା ସହ ନିଜ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ପାଇଁ ସକ୍ରିୟ ଭୂମିକା ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ପିକକର ପୂଜା ପଣ୍ଡା, ସତ୍ୟନାରାୟଣ ମହାନ୍ତ, ମିଲନ ମାର୍ଶାଲ, ଲକ୍ଷ୍ମୀକାନ୍ତ ମହାନ୍ତ, ସୁଚିତ୍ରା ମହାନ୍ତ, ମେଘମାଳା ମହାନ୍ତ ଏବଂ ନିରାଶ ମୁଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)