ପାଟଣାରେ ବନବିଭାଗର ଚଢ଼ାଉ: ବେଆଇନ ବାଲି ଚାଲାଣ ବେଳେ ୨ ଟ୍ରାକ୍ଟର ଜବତ
News Summary
ପାଟଣା ବନାଞ୍ଚଳର ଜାମୁପଶି ବୈତରଣୀ ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ବେଳେ ବନବିଭାଗ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୬/୧୦: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ବିରୋଧରେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବାଲି ବୋଝେଇ ୨ଟି ଟ୍ରାକ୍ଟର ଜବତ କରାଯାଇଛି।ପାଟଣା ବନାଞ୍ଚଳ ଅନ୍ତର୍ଗତ ପାଟଣା ବିଟ୍ର ଜାମୁପଶି ଗ୍ରାମ ସୀମାରେ ଥିବା ବୈତରଣୀ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଯୋଗେ ଚୋରାଚାଲାଣ କରାଯାଉଥିବା ବେଳେ ବନବିଭାଗ ଏହି ଦୁଇଟି ଟ୍ରାକ୍ଟରକୁ ଧରିଥିଲା।ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ପାଟଣା ବନପାଳ ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି.ଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି।ଜବତ ହୋଇଥିବା ଦୁଇଟି ଟ୍ରାକ୍ଟରକୁ ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି। ନିୟମ ଅନୁଯାୟୀ ଜୋରିମାନା ଆଦାୟ ପରେ ଟ୍ରାକ୍ଟର ଦୁଇଟିକୁ ଛାଡ଼ି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।