ତୁରୁମୁଙ୍ଗାରେ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ
News Summary
ତୁରୁମୁଙ୍ଗା ଭୋକେସନାଲ୍ ଟ୍ରେନିଂ ସେଣ୍ଟରରେ ଟାଟା ଭଲଣ୍ଟିୟରିଂ ୱିକ୍-୨୦୨୬ ଅବସରରେ ଛାତ୍ରୀମାନଙ୍କ ପାଇଁ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ଉଦଯାପିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା, ୭/୧୦: ଟାଟା ଭଲଣ୍ଟିୟରିଂ ୱିକ୍-୨୦୨୬ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଭୋକେସନାଲ୍ ଟ୍ରେନିଂ ସେଣ୍ଟରରେ ଛାତ୍ରୀମାନଙ୍କ ପାଇଁ ଆୟୋଜିତ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ (EDP) ସଫଳତାର ସହ ଉଦଯାପିତ ହୋଇଛି। ସେଣ୍ଟର ସଂଯୋଜକ ଅନନ୍ତ ସେନାପତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ଶିଳ୍ପ କେନ୍ଦ୍ର (DIC), କେନ୍ଦୁଝର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣକାରୀଙ୍କୁ ଉଦ୍ୟମିତା, ବିଭିନ୍ନ ଜୀବିକା ସୁଯୋଗ, ନୂତନ ଉଦ୍ୟୋଗ ସ୍ଥାପନ, ବ୍ୟବସାୟ ପରିଚାଳନା ଓ ଉଦ୍ୟୋଗ ବିକାଶ ସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ପ୍ରଦାନ କରାଯାଇଥିଲା। ଏଥିସହ ସ୍ଥାୟୀ ଆୟର ସୁଯୋଗ ଅନ୍ୱେଷଣ କରି ଆତ୍ମନିର୍ଭର ହେବା ପାଇଁ ଛାତ୍ରୀମାନଙ୍କୁ ପ୍ରେରିତ କରାଯାଇଥିଲା।କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଟିପିଏନଓଡିଏଲ୍ର ସର୍କଲ୍ ହେଡ୍, ଡିଭିଜନାଲ୍ ମ୍ୟାନେଜର ଓ ସର୍କଲ୍ ସେଫ୍ଟି ଅଫିସରଙ୍କ ସମେତ ଡିଆଇସି, କେନ୍ଦୁଝରର ପ୍ରଶିକ୍ଷକ ଓ ଅଧିକାରୀମାନେ ଯୋଗଦେଇଥିଲେ। ସେମାନେ ପ୍ରଶିକ୍ଷଣର ସୁଯୋଗକୁ ସର୍ବାଧିକ ଉପଯୋଗ କରିବା ସହ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସୁରକ୍ଷା ନିୟମ ପାଳନ ପାଇଁ ପରାମର୍ଶ ଦେଇଥିଲେ।୧୨ ଦିନିଆ ଇଡିପି ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ଦକ୍ଷତା ବିକାଶ, ଉଦ୍ୟମିତା ମନୋଭାବ ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷତା ବିକାଶ, ଉଦ୍ୟମିତା ଓ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ ଦେଇ ଟିପିଏନଓଡିଏଲ୍ ଏଭଳି ପଦକ୍ଷେପ ମାଧ୍ୟମରେ ସଶକ୍ତ, ଆତ୍ମନିର୍ଭର ଓ ସ୍ଥାୟୀ ସମୁଦାୟ ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରୁଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।