କେନ୍ଦୁଝର/ଢେଙ୍କିକୋଟ, ୩୧/୧୦: ମାଆଙ୍କ ସ୍ମୃତିକୁ ସବୁଜିମା ମାଧ୍ୟମରେ ଅମର କରି ରଖିବା ପାଇଁ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି ଢେଙ୍କିକୋଟଠାରେ। ଧର୍ମପରାୟଣା ମହିଳା ସ୍ୱର୍ଗତା କେଶରୀ ସାହୁଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଅଭିନବ ପରିବେଶ ସଚେତନତାର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ସ୍ୱର୍ଗତ କେଶରୀ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ଓ ଆତ୍ମୀୟସ୍ୱଜନ ତାଙ୍କ ସ୍ମୃତିଚାରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାମୀ ମୁରଲୀଧର ସାହୁ, ତିନି ପୁତ୍ର ଲକ୍ଷ୍ମୀଧର ସାହୁ, ବେଣୁଧର ସାହୁ ଓ ମହେଶ୍ୱର ସାହୁଙ୍କ ସମେତ ଝିଅ, ଜ୍ୱାଇଁ ରେଣୁ-ଉଜ୍ଜ୍ୱଳ, ମିନା-ଝୁନା, କନକ-ଇନ୍ଦ୍ରମଣି ଓ ରାଧାରାଣୀ-ରାଜୀବ ଏବଂ ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।ସ୍ମୃତିସଭାର ମୁଖ୍ୟ ଆକର୍ଷଣ ଥିଲା ‘ମାଆ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ କିସମର ଛୋଟ ଛୋଟ ଚାରା ରଖାଯାଇଥିଲା। ଉପସ୍ଥିତ ଲୋକମାନଙ୍କୁ ଏହି ଚାରାଗୁଡ଼ିକ ନିଜ ନିଜ ଘରେ ରୋପଣ କରିବା ପାଇଁ ପ୍ରଦାନ କରାଯାଇଥିଲା। ମାଆଙ୍କ ସ୍ମୃତିରେ ଗଛଟିଏ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରସାର କରିବାର ଏହି ଉଦ୍ୟମ ସମସ୍ତଙ୍କ ମନକୁ ଛୁଇଁଥିଲା।ଏକାଦଶାହ ଅବସରରେ କଳ୍ପନା ତ୍ରିପାଠୀଙ୍କ ଦ୍ୱାରା ପ୍ରବଚନ ସହ ଭଜନ ସମାରୋହ ପରିବେଷଣ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ କେଶରୀ ସାହୁଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶ୍ରଦ୍ଧାଞ୍ଜଳି ସଭାରେ ‘ମାଆ ପାଇଁ ଗଛଟିଏ’ର ନିଆରା ପ୍ରୟାସ, ଚାରାରୋପଣ ମାଧ୍ୟମରେ ମାଆଙ୍କୁ ସ୍ମରଣ
News Summary
ଢେଙ୍କିକୋଟରେ ସ୍ୱର୍ଗତ କେଶରୀ ସାହୁଙ୍କ ଏକାଦଶାହରେ ‘ମାଆ ପାଇଁ ଗଛଟିଏ’ ଅଭିନବ ପ୍ରୟାସ। ଚାରା ବଣ୍ଟନ ମାଧ୍ୟମରେ ମାଆଙ୍କ ସ୍ମୃତି ଓ ପରିବେଶ ସୁରକ୍ଷାର ବାର୍ତ୍ତା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।