କେନ୍ଦୁଝର/ଢେଙ୍କିକୋଟ, ୩୧/୧୦: ଢେଙ୍କିକୋଟ ପୁଲିସ ବିଟ୍ ହାଉସ୍ ପରିସରରେ ଘଟଗାଁ ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବଣିକ ସଂଘର ପ୍ରତିନିଧିମାନେ ଯୋଗଦେଇଥିଲେ। ଘଟଗାଁ ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ଓ ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା ବୈଠକରେ ଯୋଗଦେଇ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏଥିସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ଜନସାଧାରଣଙ୍କ ଭୂମିକା ଏବଂ ସମାଜରୁ ନିଶା ନିବାରଣ ପାଇଁ ସଚେତନତାର ଆବଶ୍ୟକତା ସମ୍ପର୍କରେ ବାର୍ତ୍ତା ଦେଇଥିଲେ।କାର୍ଯ୍ୟକ୍ରମରେ ଢେଙ୍କିକୋଟ ବିଟ୍ ଅଧିକାରୀ ତ୍ରିନାଥ ନାଏକ ଓ ଏଏସ୍ଆଇ କ୍ଷୀରୋଦିନୀ ନିଆଲ ଉପସ୍ଥିତ ଥିଲେ।
ଢେଙ୍କିକୋଟରେ ଆମ ପୁଲିସ ସମିତି ବୈଠକ, ରାଷ୍ଟ୍ରୀୟ ଏକତା ଦିବସ ପାଳିତ
News Summary
ଢେଙ୍କିକୋଟ ପୁଲିସ ବିଟ୍ ହାଉସ୍ରେ ଘଟଗାଁ ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ। ନିଶାମୁକ୍ତି ଓ ଜନସଚେତନତା ଉପରେ ଗୁରୁତ୍ୱ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।