ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକଙ୍କ ଦାବିକୁ ନେଇ ରାଜ୍ୟସ୍ତରୀୟ ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

News Summary

ଭୁବନେଶ୍ୱରରେ ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକ ସଂଘର ରାଜ୍ୟସ୍ତରୀୟ ବୈଠକ। ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୧୨/୧୦: ଓଡ଼ିଶା ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପାଦକ ସଂଘର ଏକ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱରସ୍ଥିତ ଡାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ସଦସ୍ୟ ଗଦାଧର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକଙ୍କ ବିଭିନ୍ନ ସମସ୍ୟା ଓ ସଂଘର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।ଅବସର ପରେ ପଞ୍ଚାୟତ ସମ୍ପାଦକମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନଥିବାରୁ ସେମାନେ ଆର୍ଥିକ ଅସୁବିଧାରେ ଜୀବନ ବିତାଉଥିବା ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ସମସ୍ୟାର ସମାଧାନ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ସୁସଂଗଠିତ କରିବା ପାଇଁ ଏକ ନୂତନ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ବିଭିନ୍ନ ପଦପଦବିରେ ଦାୟିତ୍ୱ ବଣ୍ଟନ କରାଯାଇଛି।ନୂତନ କମିଟିରେ ପ୍ରଫୁଲ୍ଲ କୁମାର ରାୟ ସଭାପତି, ବବ୍ରୁବାହନ ନାଏକ ଉପସଭାପତି, ବିରଞ୍ଚି ନାରାୟଣ ବେହେରା ସାଧାରଣ ସମ୍ପାଦକ, ଭାସ୍କର ମହାପାତ୍ର ସହସମ୍ପାଦକ ଏବଂ ଘସ୍ର ମହାନ୍ତ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି।ସେହିପରି କେନ୍ଦୁଝର ଜିଲ୍ଲା ଅବସରପ୍ରାପ୍ତ ପିଇଓ ସଂଘର ସଭାପତି ମାୟାଧର ବାରିକ ଓ ସନ୍ତୋଷ କୁମାର ସେଠଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସଂଘର ପୂର୍ବତନ ସାଧାରଣ ସମ୍ପାଦକ ସ୍ୱର୍ଗତ ଭଗବାନ ମହାପାତ୍ରଙ୍କ ଝିଅ ଶୁଭଲକ୍ଷ୍ମୀ ମହାପାତ୍ରଙ୍କୁ ରାଜ୍ୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି।ବୈଠକରେ ଯଦୁମଣି ମାଝୀ, ଦୀନବନ୍ଧୁ ବାରିକ, ରଘୁନାଥ ମହାନ୍ତ, ଗୋକୁଳାନନ୍ଦ କର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପରମାନନ୍ଦ ପରିଡ଼ା, ଦୁର୍ଯ୍ୟୋଧନ ବେହେରା, ଚକ୍ରଧର ପ୍ରଧାନ, ଯୋଗିନାଥ ସାହୁ, ନରହରି ଗୌଡ଼, ଗତିକୃଷ୍ଣ ମହାନ୍ତ, ପ୍ରତାପ ଚନ୍ଦ୍ର କର, ଦେବେନ୍ଦ୍ର ବଳ, ବୃନ୍ଦାବନ ନାୟକ, ଜଗନ୍ନାଥ ମହାନ୍ତ ଓ ଶିବନାଥ ନାଗଙ୍କ ସମେତ ବିଭିନ୍ନ ଜିଲ୍ଲାର ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ସଂଘ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ମାୟାଧର ବାରିକ ଓ ଶିବ ପ୍ରସାଦ ନାଗଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।