ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ବିପଦସଙ୍କୁଳ ଅଙ୍ଗନବାଡ଼ି ଗୃହ: ୩ ବର୍ଷ ହେଲା ଦିଦିଙ୍କ ବାରଣ୍ଡାରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା

News Summary

ଗୋବରାବେଡ଼ାରେ ବିପଦସଙ୍କୁଳ ଅଙ୍ଗନବାଡ଼ି: ୩ ବର୍ଷ ହେଲା ଦିଦିଙ୍କ ବାରଣ୍ଡାରେ ପାଠପଢ଼ା, ନୂତନ ଗୃହ ଦାବି।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୬/୧୦: ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଗୋବରାବେଡ଼ା ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ରର ଦୁରବସ୍ଥା ସରକାରୀ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ନିଜସ୍ୱ ଅଙ୍ଗନବାଡ଼ି ଗୃହ ବିପଦସଙ୍କୁଳ ହୋଇପଡ଼ିଥିବାରୁ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଙ୍ଗନବାଡ଼ି ଦିଦିଙ୍କ ଘର ବାରଣ୍ଡାରେ ଚାଲିଛି କୁନିକୁନି ପିଲାଙ୍କ ପାଠପଢ଼ା।
୧୯୮୬ରେ ସ୍ଥାପିତ ହୋଇଥିଲା କେନ୍ଦ୍ର
ମିଳିଥିବା ସୂଚନା ଅନୁଯାୟୀ, ଗୋବରାବେଡ଼ା ଗ୍ରାମରେ ଥିବା ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ୧୯୮୬ ମସିହା ନଭେମ୍ବର ୨୬ ତାରିଖରେ ସ୍ଥାପିତ ହୋଇଥିଲା। ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଗୃହଟି ଜରାଜୀର୍ଣ୍ଣ ହୋଇପଡ଼ିଛି। ଛାତରୁ ଟାଇଲ୍ ଖସୁଥିବାରୁ ଏଠାରେ ଛୋଟ ଛୋଟ ପିଲାଙ୍କୁ ବସାଇ ପାଠ ପଢ଼ାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି।
ବାରଣ୍ଡାରେ ପାଠପଢ଼ା ସହ ରୋଷେଇ
ଶିଶୁମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅଙ୍ଗନବାଡ଼ି କର୍ମୀ ବାଧ୍ୟ ହୋଇ ନିଜ ଘର ବାରଣ୍ଡାରେ ପିଲାମାନଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି। କେବଳ ପାଠପଢ଼ା ନୁହେଁ, ବାରଣ୍ଡାର ଗୋଟିଏ କୋଣରେ ରୋଷେଇ କରାଯାଇ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରିବେଷଣ କରାଯାଉଛି।ଫଳରେ ଖରା, ବର୍ଷା ଓ ଶୀତ କାକରରେ କୋମଳମତି ଶିଶୁମାନଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଉପଯୁକ୍ତ ଶିକ୍ଷାଦାନ ପରିବେଶ ସହିତ ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।
ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଦାବି
ଏହି ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଦୀର୍ଘ ତିନି ବର୍ଷ ଧରି ଏଭଳି ପରିସ୍ଥିତିରେ ପିଲାମାନଙ୍କ ପାଠପଢ଼ା ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ତେଣୁ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଗୋବରାବେଡ଼ା ଗ୍ରାମରେ ତୁରନ୍ତ ଏକ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଏବେ ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରୁଛି, ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।