ଭିଏଚ୍ପି ପାଇଁ ଦୀର୍ଘଦିନର ଅବଦାନ: ମଦନ ମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
News Summary
କଟକରେ ଭିଏଚ୍ପି ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ ସମାରୋହ। ଦୀର୍ଘଦିନର ଅବଦାନ ପାଇଁ କେନ୍ଦୁଝର ପାଟଣାର ମଦନ ମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୬/୧୦: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଭିଏଚ୍ପିର ଓଡ଼ିଶା ପ୍ରାନ୍ତ ପାଇଁ ଦୀର୍ଘଦିନ ଧରି ଅବଦାନ ରଖିଥିବା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସୁଆମ ଶାସନର ମଦନ ମୋହନ ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ତାଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭିଏଚ୍ପିର ଅନ୍ତର୍ଜାତୀୟ ସାଧାରଣ ସମ୍ପାଦକ ବଜରଙ୍ଗ ଲାଲ ବାଗଡ଼ା ଉପସ୍ଥିତ ଥିଲେ।ସେହିପରି ସମ୍ମାନିତ ଅତିଥି ଭାବେ ଭିଏଚ୍ପି କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ଓ ଗୌରୀ ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ। ଭିଏଚ୍ପି ଓଡ଼ିଶା ପୂର୍ବପ୍ରାନ୍ତ ସାଧାରଣ ସମ୍ପାଦକ ମହେଶ କୁମାର ସାହୁ ସମାରୋହର ମଞ୍ଚ ପରିଚାଳନା କରିଥିଲେ।ମଦନ ମୋହନ ଦ୍ୱିବେଦୀଙ୍କୁ ତାଙ୍କର ଦୀର୍ଘଦିନର ସାମାଜିକ ଓ ସଂଗଠନାତ୍ମକ ଅବଦାନ ପାଇଁ ମିଳିଥିବା ଏହି ସମ୍ମାନକୁ ନେଇ ପାଟଣା ଅଞ୍ଚଳରେ ଖୁସି ପ୍ରକାଶ ପାଇଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।