ଭାଇବୋହୂଙ୍କ ପେଟରେ ଖଣତି ଭୁସିଦେଲେ ଦେଢ଼ଶୁର, ଗୁରୁତର ମହିଳା ବ୍ରହ୍ମପୁର ସ୍ଥାନାନ୍ତର
News Summary
ଗଞ୍ଜାମ ସାନଖେମୁଣ୍ଡିରେ ଭାଇବୋହୂଙ୍କ ପେଟରେ ଖଣତି ଭୁସିଦେଇଥିବା ଅଭିଯୋଗ। ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଗଞ୍ଜାମ/ଦିଗପହଣ୍ଡି, ୦୪/୧୦: ଭାଇବୋହୂଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗରେ ଚାଞ୍ଚଲ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ ଡି.ଆମ୍ବଠା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଗ୍ରାମର ବାବୁଲା ନାହାକ ତାଙ୍କ ସାନଭାଇଙ୍କ ସ୍ତ୍ରୀଙ୍କୁ ଏକ ଖଣତିରେ ପେଟରେ ଭୁସିଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ମହିଳା ଗୁରୁତର ଆହତ ହୋଇ ରାସ୍ତା ଉପରେ ଛଟପଟ ହେଉଥିଲେ।ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆଡ଼ାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଥିବା ବେଳେ ଆକ୍ରମଣର ପ୍ରକୃତ କାରଣ ଓ ଘଟଣା ସମ୍ପର୍କରେ ପୋଲିସର ତଦନ୍ତ ପରେ ଅଧିକ ସୂଚନା ସ୍ପଷ୍ଟ ହେବ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।