ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପୁଲିସ କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ପରେ ଆକ୍ସନ ମୋଡ୍‌ରେ ପୁଲିସ, ବିଭିନ୍ନ ସ୍ଥାନରେ ନାକାବନ୍ଦୀ

News Summary

ପୁଲିସ କନେଷ୍ଟବଳଙ୍କ ସ୍ୱାମୀ ହତ୍ୟା ପରେ ଆକ୍ସନରେ ପୁଲିସ, ୨୨୦ ଜାତୀୟ ରାଜପଥରେ ନାକାବନ୍ଦୀ

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୪/୧୦: ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କ ସ୍ୱାମୀଙ୍କୁ ଗତ ୨୯ ତାରିଖ ରାତିରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିବା ଘଟଣା ପରେ ପୁଲିସ ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଧରିବା ସହ ଅପରାଧୀଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ପାଟଣା ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କଡ଼ା ନାକାବନ୍ଦୀ ଓ ଯାନବାହନ ଯାଞ୍ଚ ଆରମ୍ଭ ହୋଇଛି।୨୨୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନ ସମେତ ମୟୂରଭଞ୍ଜ ଜିଲ୍ଲା ସୀମା ଦେଓନଦୀ ପୋଲ ନିକଟରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଇ ଯାନବାହନ ଯାଞ୍ଚ କରାଯାଉଛି। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି।ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରୀଡିହା ଛକ ନିକଟରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି। ଏଠାରେ ଯାତାୟାତ କରୁଥିବା ସନ୍ଦିଗ୍ଧ ବାଇକ୍, କାର୍ ଓ ଭାରୀ ଯାନଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଉଛି।ଯାଞ୍ଚ ସମୟରେ ଚାଳକଙ୍କ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯାଉଛି। ଏଥିସହ ଗାଡ଼ିଗୁଡ଼ିକରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ରହିଛି କି ନାହିଁ, ସେନେଇ ମଧ୍ୟ ତଲାସି କରାଯାଉଛି।
ଅନ୍ୟପଟେ ସାହାରପଡ଼ା ଫାଣ୍ଡି ପୁଲିସ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ଦେଓନଦୀ ପୋଲ ନିକଟରେ ବ୍ୟାରିକେଡ୍ ଲଗାଇ ନାକାବନ୍ଦୀ କରାଯାଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବା ସନ୍ଦିଗ୍ଧ ବ୍ୟକ୍ତିମାନେ ଅନ୍ୟ ଅଞ୍ଚଳକୁ ଖସି ନଯାଇପାରିବେ, ସେଥିପାଇଁ ସୀମାନ୍ତ ଅଞ୍ଚଳ ଓ ମୁଖ୍ୟ ସଂଯୋଗକାରୀ ରାସ୍ତାଗୁଡ଼ିକରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।ଘଟଣା ପରେ ପୁଲିସର ଏହି ତତ୍ପରତା ଅଞ୍ଚଳରେ ଅପରାଧୀଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ସହ ହତ୍ୟାକାଣ୍ଡର ତଦନ୍ତକୁ ଆହୁରି ଜୋରଦାର କରିବ ବୋଲି ଜଣାପଡ଼ିଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।